Latest Odisha News

BREAKING NEWS

ବୁଧବାର ମାଟ୍ରିକ ସମ୍ମେଟିଭ-୧ ପରିକ୍ଷା, କରୋନା କଟକଣା ସହ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା କିପରି ସ୍ୱଚ୍ଛତା ବଜାୟ ରହିବ ସେନେଇ ଦୃଷ୍ଟି ଦିଆଯାଇଛି । ମାଟ୍ରିକ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆସନ୍ତାକାଲିଠାରୁ ମାଟ୍ରିକ ସମେଟିଭ୍ ପରୀକ୍ଷା ହେବାକୁ ଥିବାବେଳେ ସଠିକ୍ ସମୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ମେଟିଭ୍ ପରୀକ୍ଷା ଏକ ନୂଆ ଫର୍ମୁଲା । ଏହା ପିଲାଙ୍କ କ୍ୟାରିୟରରେ ସହାୟକ ହେବ ବୋଲି କୁହାଯାଇଛି । ଜାନୁଆରୀ ୫ରୁ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ । ଚଳିତବର୍ଷ ୩ହଜାର ୦୯୩ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ୍ ୫ ଲକ୍ଷ ୭୬ହଜାର ୨୨୩ଜଣ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ୩୧୧ଟି ନୋଡ଼ାଲ ସେଣ୍ଟର କରାଯାଇଛି ।

ସକାଳ ସାଢ଼େ ୮ଟାବେଳେ ନୋଡ଼ାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପହଞ୍ଚିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ପରୀକ୍ଷା ସମୟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । କପି ରୋକିବା ପାଇଁ ୭୨ଟି ସ୍କ୍ୱାର୍ଡ଼ ଥିବାବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ଼ ମଧ୍ୟ ଗଠନ କରାଯାଇଛି । ନିଜ ଜିଲ୍ଲାରେ ସମସ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୋବାଇଲ ନେବାକୁ ମନା କରାଯାଇଛି ।

Leave A Reply

Your email address will not be published.