ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମକୁ ନେଇ କଟାକ୍ଷ କରିବା ପଡିଲା ମହଙ୍ଗା । ଦେଶର ଅନ୍ୟତମ ଇଂରାଜୀ ସମ୍ବାଦପତ୍ର ‘ଦ ଟେଲିଗ୍ରାଫ’ ବିରୋଧ ନୋଟିସ ଜାରି ହୋଇଛି । ପ୍ରେସ୍ କାଂଉସିଲ୍ ଅଫ୍ ଇଣ୍ଡିଆ ‘ଦ ଟେଲିଗ୍ରାଫ’ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ସୂଚନାମୁତାବକ, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କୁ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ କରିଥିଲେ । ତେବେ ‘ଦ ଟେଲିଗ୍ରାଫ’ ଏହି ଖରକୁ ନିଜ ପ୍ରଥମ ପୃଷ୍ଠାରେ ପ୍ରମୁଖ ସ୍ଥାନ ଦେଇଥିଲା । ତେବେ ଏହି ଖବରର ହେଡଲାଇନ୍ ଥିଲା ‘କୋବିନ୍ଦ, ନଟ୍ କୋଭିଡ୍, ଡିଡ ଇଟ୍’ । ଏହି ପ୍ରକାରର ହେଡ୍ଲାଇନ ରାଷ୍ଟ୍ରପତିଙ୍କ ପାଇଁ ଅପମାନଜନକ ହେବା ସହ ତାଙ୍କ ପଦମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଥିଲା ।
ଏ ଘଟଣା ସାମ୍ନାକୁ ଆସିବା ପରେ ପ୍ରେସ କାଂଉସିଲ ଅଫ୍ ଇଣ୍ଡିଆ ‘ଦି ଟେଲିଗ୍ରାଫ୍’କୁ ତାଗିଦ କରିଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ନାମକୁ ଏପରି କଟାକ୍ଷ ଢ଼ଙ୍ଗରେ ଲେଖିବା ସାମ୍ବାଦିକତା ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ପ୍ରେସ୍ ଉାଂଉସିଲ ଅଫ୍ ଇଣ୍ଡିଆ ‘ଦ ଟେଲିଗ୍ରାଫ’କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
Comments are closed.