Latest Odisha News

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଏକ ଦଶନ୍ଧି ପରେ ଆଇସିସି ଟ୍ରଫି ଜିତିବା ଆଶାରେ ଭାରତ

ଓଭାଲ: ଏଠାରେ ଜୁନ ୭ରୁ ଆରମ୍ଭ ହୋଇଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ । ପ୍ରାୟ ଏକ ଦଶନ୍ଧି ଧରି ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ । ଏଥର ଏହି ମରୁଡି ଭାଙ୍ଗିବ ବୋଲି ପ୍ରଶଂସକମାନେ ଆଶା କରି ବସିଛନ୍ତି । ୨୦୨୧ ପରଠାରୁ ଟେଷ୍ଟ କ୍ରିକେଟରେ ଭାରତର ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳରେ ଅନେକ ଭଲ ଖେଳାଳି ରହିଛନ୍ତି । ୨୦୧୩ରେ ଇଂଲଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଏହା ପରଠାରୁ ଟିମ ଇଣ୍ଡିଆ ଆଇସିସି ଇଭେଂଟରେ ୩ଟି ଫାଇନାଲ ଓ ୪ଥର ସେମିଫାଇନାଲରୁ ବିଦାୟ ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ବ୍ୟତୀତ ଭାରତ ଅନ୍ୟ ୫ଟି ସିରିଜରେ ଭଲ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛି । ବଡ ଟୁର୍ଣ୍ଣାମେଂଟର ନକଆଉଟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ରେକର୍ଡ ଭଲ ଥିବା ବେଳେ ଭାରତର ଖରାପ ରହିଛି । ଓଭାଲରେ ପ୍ରାୟତଃ ଜୁନରେ ଟେଷ୍ଟ ମ୍ୟାଚ ଆୟୋଜିତ ହୁଏନି । ୧୪୩ ବର୍ଷ ପରେ ଏଠାରେ ଜୁନରେ ଟେଷ୍ଟ ମ୍ୟାଚ ଖେଳାଯାଉଛି ।

BjdElectrycity

ପିଚ କିପରି ବ୍ୟବହାର କରିବ ସେ ନେଇ ଉଭୟ ଟିମ ଦ୍ୱନ୍ଦ୍ୱରେ ରହିଛନ୍ତି । ଟିମ ଇଣ୍ଡିଆ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଖେଳାଇବ କିମ୍ବା ୪ ପେସରଙ୍କୁ ନେବ ତାହା ମଧ୍ୟ ଚୂଡାନ୍ତ କରିପାରି ନାହିଁ । ସେହିପରି ନିୟମିତ ୱିକେଟକିପର କେଏସ ଭରତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବ କିମ୍ବା ଏକ୍ସ ଫ୍ୟାକ୍ଟର ଭାବେ ଈଶାନ କିଶାନକୁ ନେବ ତାହା ସମସ୍ତେ ଅପେକ୍ଷା କରିଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମସ୍ୟା ମଧ୍ୟ ଦଳକୁ ଚିନ୍ତାରେ ପକାଇ ଦେଇଛି । ଏକ ନିରପେକ୍ଷ ସ୍ଥାନରେ ମ୍ୟାଚ ହେଉଥିବାରୁ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ବିରାଟ କୋହଲି, ଚେତେଶ୍ୱର ପୂଜାରା, ମହମ୍ମଦ ସାମି, ଶୁଭମନ ଗିଲ ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି ।

Leave A Reply

Your email address will not be published.