Latest Odisha News

BREAKING NEWS

ଆସନ୍ତାକାଲିଠୁ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଗୋଆ: ଆସନ୍ତାକାଲିଠୁ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ  ଶୁଭେଚ୍ଛା ଜଣାଇଛନ୍ତି ।

ଏସିଆର ଅନ୍ୟତମ ପୁରାତନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଆଇଏଫ୍‍ଏଫ୍‍ଆଇର ଅବଦାନକୁ ପ୍ରଶଂସା କରିଛନ୍ତି ।

ଏଭଳି  ମହୋତ୍ସବ ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ମହୋତ୍ସବ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହା ଦ୍ବାରା ଦେଶ ଦେଶ ମଧ୍ୟରେ ସଂସ୍କୃତି , ଐତିହ୍ୟ, କଳା, ଯୋଗାଯୋଗ ପ୍ଲାଟଫର୍ମ ର ଭାବ ଆଦାନ ପ୍ରଦାନ ହୋଇପାରୁଛି ।  ଚଳଚ୍ଚିତ୍ର ନିର୍ମାତା, କଳାକାର, ଶିଳ୍ପ ବିଶେଷଜ୍ଞ ଏବଂ ସିନେମାପ୍ରେମୀମାନଙ୍କୁ ମତ ବିନିମୟ ଏବଂ ସେମାନଙ୍କର ସମୃଦ୍ଧ ଅନୁଭୂତି ବାଣ୍ଟିବାକୁ ଏହି ମହୋତ୍ସବ ସକ୍ଷମ କରାଏ ବୋଲି ରାଷ୍ଟ୍ରପତି କହିଛନ୍ତି ।

ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ସିନେମାର ମୂଲ୍ୟ ସୃଜନଶୀଳତା ଏବଂ ମନୋରଞ୍ଜନର ମାଧ୍ୟମ । ସିନେମା ଏକ ମାଧ୍ୟମ ଯାହା ଦୃଶ୍ୟ, ଶବ୍ଦ ଏବଂ କାହାଣୀ କୌଶଳକୁ ଏକ ଗତିଶୀଳତା ପ୍ରଦାନ କରେ । ରାଷ୍ଟ୍ରପତି କହିଛନ୍ତି ଯେ ସେ ନିଶ୍ଚିତ ଯେ ଆଇଏଫ୍‍ଏଫ୍‍ଆଇର ୫୩ ତମ ସଂସ୍କରଣ ସମସ୍ତ ଉତ୍ସବର ପ୍ରତିନିଧିଙ୍କ ପାଇଁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ ।

Leave A Reply

Your email address will not be published.