Latest Odisha News

BREAKING NEWS

୧୧ ବର୍ଷ ମଧ୍ୟରେ ଖାଇବା ତେଲର ଦାମ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଗାତାର ଦରବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶରେ ଖାଇବା ତେଲର ଦାମ ନିୟମିତ ବଢ଼ି ଚାଲିଛି । ସରକାରୀ ତଥ୍ୟ ଅନୁସାରେ, ଚଳିତ ମାସରେ ଖାଇବା ତେଲର ଦାମ ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ଖାଦ୍ୟ ଓ ବିତରଣ ବିଭାଗ ଖାଇବା ତେଲର ବର୍ଦ୍ଧିତ ଦରକୁ ନେଇ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ରାଜ୍ୟ ସହ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି ।

ବୈଠକ ପରେ କୁହାଯାଇଛି, ବିଗତ କିଛି ମାସ ହେଲା ଅନ୍ତରାଷ୍ଟ୍ରୀୟ ବଜାରରେ ଖାଇବା ତେଲର ତୁଳନାରେ ଭାରତୀୟ ବଜାରରେ ଦର ଅଧିକ ବଢ଼ିଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତିତ । ଯାହାକୁ ନେଇ ଖାଇବା ତେଲ ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ବୈଠକ ହୋଇଛି । ଭାରତରେ ଖାଇବା ତେଲର ୬୦ ପ୍ରତିଶତରୁ ଅଧିକ ବିଦେଶରୁ ଆମାଦାନୀ ହେଉଛି ।

ମେ ମାସରେ ସୋରିଷ ତେଲ ଦାମ ଲିଟର ପିଛା ୧୬୬ ଟଙ୍କା ୪୪ ପଇସାକୁ ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାର ୩୯ ପ୍ରତିଶତ ଅଧିକ । ୨୦୧୦ ସୋରିଷ ତେଲର ଦର ଲିଟର ପିଛା ୬୩ ଟଙ୍କା ୫ ପଇସା ଥିଲା । ସେହିଭଳି ପାମ୍ ଅଏଲ ଦର ଗତବର୍ଷ ତୁଳନାରେ ୪୯ ପ୍ରତିଶତ ବଢ଼ିଛି । ୨୦୧୦ରେ ପାଲ୍ ଅଏଲ୍ ଲିଟର ପିଛା ୪୯ ଟଙ୍କା ୧୩ ପଇସାରେ ବିକ୍ରି ହେଉଥିଲା ।

Leave A Reply

Your email address will not be published.