Latest Odisha News

BREAKING NEWS

ପେଟ୍ରୋଲଠୁ ମହଙ୍ଗା ହେଲା ଚିନି ଦର; କେ.ଜିକୁ ୧୫୦ଟଙ୍କା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହୋଇଛି। ମୁଦ୍ରାସ୍ଫୀତି ପାକିସ୍ତାନର ସାଧାରଣ ଲୋକଙ୍କୁ କଲବଲ କରୁଛି। ଏଠାରେ ଏଭଳି ପରିସ୍ଥିତି ଉପୁଜିଛି ଯେ ପେଟ୍ରୋଲ ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହେଉଛି ଚିନି। ଚିନି ମୂଲ୍ୟ ବୃଦ୍ଧି ହେତୁ ସମଗ୍ର ପାକିସ୍ତାନରେ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ପାକିସ୍ତାନରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ୧୩୮.୩୦ ଟଙ୍କାରେ ବିକ୍ରି ହେଉଛି।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଇମ୍ରାନ ସରକାର ନିରନ୍ତର ଆଶ୍ୱାସନା ଦେଉଛନ୍ତି, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ନୁହେଁ। ରିପୋର୍ଟ ଅନୁଯାୟୀ, ଦେଶ ବର୍ତ୍ତମାନ ଚିନି ସଙ୍କଟ ଦେଇ ଗତି କରୁଛି ଏବଂ ଏହାର ବର୍ତ୍ତମାନର ଷ୍ଟକ୍ ମାତ୍ର ୧୫ ଦିନ ଯାଏ ମହଜୁଦ୍‌ ରହିଛି।

ତେବେ ପାକିସ୍ତାନରେ ବିଭିନ୍ନ ସ୍ଥାନରେ ଚିନି ମୂଲ୍ୟ ୫ ରୁ ୮ ଟଙ୍କାକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ଚିନି ଡିଲର ଆସୋସିଏସନର ସଭାପତି କହିଛନ୍ତି ଯେ ଚିନି ହୋଲସେଲ ମୂଲ୍ୟରେ କିଲୋଗ୍ରାମ ପିଛା ୧୪୦ ଟଙ୍କା ବିକ୍ରି ହେଉଥିବାବେଳେ ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୧୪୫ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି।

Comments are closed.