Latest Odisha News

BREAKING NEWS

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍, ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ: ଦୁଇ ଦିନ ସ୍ଥିର ରହିବା ପରେ ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଆଜି ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ଦାମ୍ ୩୫ ପଇସା ଲେଖାଏ ବଢ଼ିଛି । ଫଳରେ ସର୍ବୋଚ୍ଚ ସ୍ତର ଛୁଇଁଛି ତୈଳ ଦର । ବର୍ଦ୍ଧିତ ଦର ପରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୦୬ ଟଙ୍କା ୧୯ ପଇସା ହୋଇଛି । ସେପରି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ଦର ହୋଇଛି ୧୧୨ଟଙ୍କା ୧୧ ପଇସା ।

ମୁମ୍ବାଇରେ ଡିଜେଲ୍ ଦର ୧୦୨ ଟଙ୍କା ୮୯ ପଇସା ହୋଇଛି । ଦିଲ୍ଲୀରେ ଏହି ଦାମ୍ ରହିଛି ୯୪ଟଙ୍କା ୯୨ ପଇସା । ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପେଟ୍ରୋଲ ଦର ସର୍ବୋଚ୍ଚ ସ୍ତର ଛୁଇଁଛି । ସେଠାରେ ଆଜି ପେଟ୍ରୋଲ ଦାମ୍ ରହିଛି ୧୧୭ ଟଙ୍କା ୧୭ ପଇସା । ସେହିପରି ଡିଜେଲ୍ ଦାମ୍ ସେଠାରେ ୧୦୬ ଟଙ୍କା ୩୪ ପଇସାକୁ ବୃଦ୍ଧି ପାଇଛି ।

ଅକ୍ଟୋବର ମାସରେ ପେଟ୍ରୋଲ ଓ ଡିଜେଲ ଦରରେ ରେକର୍ଡ ବୃଦ୍ଧି ହୋଇଛି । ଦେଶର ଅଧାରୁ ଅଧିକ ରାଜ୍ୟରେ ପେଟ୍ରୋଲ ଦର ଶହେ ଟଙ୍କାରୁ ଅଧିକ । ସେହିପରି ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ଡିଜେଲ୍ ଦାମ୍ ୧୦୦ ଟଙ୍କା ଟପି ସାରିଛି ।

Leave A Reply

Your email address will not be published.