Latest Odisha News

BREAKING NEWS

ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: ଜାନୁଆରୀ ୩ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ପୂର୍ବ ଗାଇଡ଼ଲାଇନ ଅନୁଯାୟୀ, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।

ଦୀର୍ଘ ୨୧ମାସ ପରେ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫଲାଇନରେ ପାଠ ପଢ଼ିବେ । ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ହଜାର ବିଦ୍ୟାଳୟକୁ ଜାନୁଆରୀ ୩ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯେଉଁ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରହିଛି । ସେଠାରେ ସମେଟିଭ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ତାରିଖ ପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।

ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ମଧ୍ୟାନ୍ତର ବିନା ବିଦ୍ୟାଳୟଗୁଡ଼ିକ ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରାଏ-ରାସନ ସାମଗ୍ରୀ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପାଇବା ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ । କ୍ଲାସ ରୁମରେ ବସି ପିଲାମାନେ ପାଠ ପଢ଼ିବେ । ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ୱାରା ସୂଚିତ କରାଯିବ । କୋଭିଡ଼ ଗାଇଡ଼ଲାଇନ ଅନୁସାରେ ଖୋଲିବ ସ୍କୁଲ ।

Leave A Reply

Your email address will not be published.