Latest Odisha News

BREAKING NEWS

ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଆଜକୁ ଠିକ୍ ୧୩୭ ବର୍ଷ ତଳେ କଂଗ୍ରେସ ଦଳ ପ୍ରତିଷ୍ଠା କରାଯାଇ ଦେଶକୁ ସ୍ୱାଧୀନ କରିବାପାଇଁ ଯେଉଁ ମହାମନିଷୀ ମାନେ ତ୍ୟାଗ ଓ ବଳିଦାନ ଦେଇଥିଲେ ତାକୁ ଆଜି ଆମେ ସ୍ମରଣ କରିବା ଉଚିତ୍ ।

ମହାତ୍ମା ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ପରିଚୟ ଦେବାପାଇଁ ଯେଉଁ ପ୍ୱପ୍ନ ଦେଖିଥିଲେ ଆଜି ସେହି ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରାଯାଉଛି । ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଚିନ୍ତାଧାରା ଓ କାର୍ୟ୍ୟକ୍ରମକୁ ଆମେ କାର୍ୟ୍ୟକାରୀ କରିବାକୁ ଆଜି ସଂକଳ୍ପ ନେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଆଜିର ଏହି କାର୍ୟ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ସେବାଦଳ ଅଧ୍ୟକ୍ଷ ଡଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ଏମଡି ଶାହାଦୁଲ୍ଲା ପରିଚାଳନା କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, ପିସିସି କାର୍ୟ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ଓ କଂଗ୍ରେସର ଅନ୍ୟାନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.