ଭୁବନେଶ୍ୱର: ପଞ୍ଚାୟତ ପରେ ପୌର ନିର୍ବାଚନ ନେଇ ସଜବାଜ ଆରମ୍ଭ ହେଲାଣି । ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ପୌର ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତ୍ରୁଟିଶୂନ୍ୟ ଭୋଟର ତାଲିକା, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଆଜିର ବୈଠକରେ ଆଲୋଚନା ହେବ । ସବୁ ରାଜନୈତିକ ଦଳର ମତାମତ ଲୋଡ଼ିବେ ରାଜ୍ୟ ନିର୍ବାଚନ କମିଶନ ।
ନିକଟରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ବିଜ୍ଞପ୍ତି ବି ଜାରି ହୋଇଛି ।
Comments are closed.