Latest Odisha News

BREAKING NEWS

୨୦ ମାସ ହେବ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମୁଦ୍ରାନୀତୀ ସମୀକ୍ଷା କରି ସୁଧହାରରେ ହାତ ମାରି ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଚ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ସେ କହିଛନ୍ତି, ବର୍ତ୍ତମାନ ମହଙ୍ଗା ସ୍ଥିତି ଚିନ୍ତାନଜକ ନୁହେଁ । ଏହାକୁ ଦୃଷ୍ଟିରେ ରଖି ରେପୋ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନି । ଲଗାତାର ନବମ ଥର ପାଇଁ ସୁଧହାର ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଗଭର୍ଣ୍ଣର କହିଛନ୍ତି, ବର୍ତ୍ତମାନ ଅର୍ଥନୀତି ଉପରେ କରୋନାର ବେଶୀ ପ୍ରଭାବ ନାହିଁ ।

ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବା ନେଇ ଆକଳନ କରିଛି ଆରବିଆଇ । ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦ୍ରୁତଗତିରେ ସୁଧୁରୁଛି କୋରୋନାରେ ପ୍ରଭାବିତ ହୋଇଥିବା ଅର୍ଥନୀତି ।

ଅନ୍ୟ ଦେଶ ତୁଳନାରେ ଭାରତରେ ଅର୍ଥନୀତି ସୁଧୁରିବାରେ ଲାଗିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ୨୦୨୦ ମାର୍ଚ୍ଚ ୨୨ ତାରିଖରେ ଶେଷ ଥର ସୁଧହାରରେ ପରିବର୍ତ୍ତନ କରିଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ପାଖାପାଖି ୨୦ ମାସ ହେବ ଏଥିରେ ହାତ ମାରି ନାହାନ୍ତି ।

Comments are closed, but trackbacks and pingbacks are open.