Latest Odisha News

BREAKING NEWS

RBI ଡାଟା ସେଣ୍ଟର ଉଦଘାଟନ, ଦେଶର ବିକାଶ ପାଇଁ କରିବ କାର୍ଯ୍ୟ

ଭୁବନେଶ୍ୱର: ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଅକ୍ଟୋବର ୨୫, ୨୦୨୬) ଖୋର୍ଦ୍ଧା ଜିଲ୍ଲା ଜଟଣୀର ଇନଫୋ ଭ୍ୟାଲି-୨ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଗ୍ରୀନ ଫିଲ୍ଡ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିଛନ୍ତି। ଆହୁରୀ ଅଧିକ ସୁରକ୍ଷିତ ହେଲା ତଥ୍ୟ। ଦେଶର ବିକାଶ ପାଇଁ କରିବ କାର୍ଯ୍ୟ।

ଏହାସହ ଏକ ଟ୍ରେନିଂ ଇନଷ୍ଟିଚ୍ୟୁଟର ଉଦଘାଟନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଅପରାହ୍ଣ ପ୍ରାୟ ୪ଟା ୧୦ରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ଇନଫୋଭ୍ୟାଲି ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ବାଗତ ସ୍ବାଗତ କରିଥିଲେ । ସେଠାରୁ ଆର୍‌ବିଆଇ ଡାଟା ସେଣ୍ଟରରେ ପହଞ୍ଚି ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ପରେ ସେ ସଡ଼କ ପଥରେ ଭୁବନେଶ୍ବର ବିମାନବନ୍ଦରକୁ ଫେରିଯିବେ । ୬ଟା ୩୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଥିଲେ ।

Leave A Reply

Your email address will not be published.