ଦିଲ୍ଲୀ: ବାସ୍ତବ ଜୀବନରେ ଏମିତି ଏକ ଅପରାଧୀକ କାର୍ଯ୍ୟକଳାପ ଯାହା ଶୁଣିଲେ କି ଦେଖିଲେ କେଉଁ ଫିଲ୍ମ ସ୍କ୍ରିପ୍ଟ ଠାରୁ କମ୍ ଲାଗୁନି । ଦିଲ୍ଲୀର ଜଣେ ୨୩ ବର୍ଷୀୟ ଯୁବକଙ୍କ କଳା କାରନାମା ଶୁଣିଲେ ଆପଣ ହେବେ ଆଶ୍ଚର୍ୟ୍ୟ । ପ୍ରାୟ ୨୦ଜଣ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଆସିଛି ସଙ୍ଗୀନ ଅଭିଯୋଗ । ଆଉ ଠକେଇର ଶିକାର ହୋଇଛନ୍ତି ମହିଳା କନଷ୍ଟବଳ । ଆଇନ କାର୍ଯ୍ୟକାରୀ କରୁଥିବା ଲୋକଙ୍କୁ ଟାର୍ଗେଟ କରି ଏପରି ଏକ ଆଶ୍ଚର୍ଯ୍ୟଜନକର ସାହସିକ ଠକେଇ କରିବାରେ ସଫଳ ହୋଇଛି ଦିଲ୍ଲୀ ବୟ ବିକ୍ରାନ୍ତ ତୋମାର । ମହିଳାଙ୍କୁ ଠକିବାରେ ଏକ ଚତୁର ଇନଷ୍ଟା ପ୍ରୋଫାଇଲ, ୮ଘଂଟା ପାଇଁ ଭଡା ନେଇଥିବା ସ୍ପୋଟ୍ସ କାର୍ ଓ ନକଲି ବିବାହ ପ୍ରତିଶ୍ରୁତିକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା ବିକ୍ରାନ୍ତ । ଏସବୁଥିରେ ଫସୁଥିଲେ ମହିଳା ଆଉ ଠକିଯାଉଥିଲେ ଟଙ୍କା । ଦିଲ୍ଲୀର ଏହି ଠକ ରୋମିଓକୁ ବୁରାରି ଅଂଚଳରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏମିତି ରିଅଲ ଲାଇଫ ଘଟଣା ଶୁଣିବା ପରେ ରଣବୀର ସିଂଙ୍କ ଅଭିନୀତ ‘ଲେଡିଜ୍ ଭର୍ସେସ୍ ରିକୀ ବହଲ’ର କାହାଣୀ ଆକି ଆଗରେ ନାଚି ଉଠୁଛି । । ସେଥିରେ ରଣବୀରଙ୍କ ରିକି କ୍ୟାରେକ୍ଟର କେମିତି ଝିଅଙ୍କ ସରଳତାର ସୁଯୋଗ ନେଇ ପ୍ରେମ ପ୍ରତାରଣା ଓ ଟଙ୍କା ଠକି ନେଉଥିଲା ଏଠାରେ ମଧ୍ୟ ବିକ୍ରାନ୍ତର ଠକେଇ ସହ ମେଳ ଖାଇଯାଉଛି । ଏମିତିକି ସୋସିଆଲ ମିଡିଆରେ ଏହି ଠକ ରୋମିଓକୁ ଜେନଜୀଙ୍କ ରିକି ବହଲ ବୋଲି ନାମକରଣ କରାଗଲାଣି ।
ପୋଲିସର ସୂଚନା ଅନୁସାରେ, ତୋମାରର ରଣନୀତିି ତା ବୟସର ବ୍ୟକ୍ତିଙ୍କ ପାଇଁ ଆଶ୍ଚର୍ୟଜନକ ଭାବରେ ବିସ୍ତାରିତ ଥିଲା । ସେ ମହିଳା କନଷ୍ଟବଳମାନଙ୍କୁ ଟାର୍ଗେଟ କରିଥିଲେ । ଯେଉଁମାନେ ନିଯୁକ୍ତିର ଏକା ବ୍ୟାଚ୍ରେ ଥିଲେ । ନିଜ ଉପରେ ଲୋକଙ୍କ ବିଶ୍ୱାସ ଜନ୍ମାଇବାକୁ ସେ ଇନଷ୍ଟାରେ ଜଣେ ଅତ୍ୟନ୍ତ ଧନୀ ଓ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ନିଜକୁ ଉପସ୍ଥାପନ କରୁଥିଲେ । ନିୟମିତ ଭାବେ ଦାମୀ ବିଲାସପୂଣ୍ଣ ର୍ ଗାଡି ଏବଂ ଆଲିସାନ୍ ଜୀବନଶୈଳୀର ଭିଡିଓ ଅପଲୋଡ୍ କରୁଥିଲେ । ମହିଳାଙ୍କୁ ଫସାଇବା ପାଇଁ ଏସବୁ ଚାଲ୍ ଖେଳୁଥିଲେ । ଆଉ ଥରେ ମହିଳାଙ୍କ ବିଶ୍ୱାସଯୋଗ୍ୟ ହୋାଇଗଲା ପରେ ବିବାହ ପ୍ରତିଶ୍ରୁତି ଆଉ ତାପରେ ଟଙ୍କା ଠକି ଗାୟବ । କରୋଲବାଗ ଥାନାର ଜଣେ ମହିଳା କନଷ୍ଟବଳଙ୍କ ସହ ଏପରି ଘଟିବା ପରେ ଏତଲା ଦେଇଥିଲେ । ତାପରେ ତଦନ୍ତ ଜାରି ରହିଲା । ଶେଷରେ ଧରାପଡିଲା ବାସ୍ତବ ଜୀବନର ରିକି ବହଲ୍ ।
BREAKING NEWS
- ମନମୋହିଲା ରଘୁରାଜପୁର ଦମ୍ପତ୍ତିଙ୍କ ପ୍ରସ୍ତୁତ ପଟ୍ଟଚିତ୍ର
- ବିନା ଇଣ୍ଟେରନେଟରେ ପରସ୍ପର ସହ କଥା ହେଲେ ଏଆଇଏଜେଣ୍ଟ
- ଫ୍ରେଂଚ ଓପନ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପରେ ସନ୍ତୁଷ୍ଟ
- ଗଭୀର ଅବପାତର ରୂପ ନେଲା ଅବପାତ, ଲ୍ୟାଣ୍ଡଫଲ ବେଳେ ୧୨୫ ଛୁଇଁପାରେ ପବନର ବେଗ
- Real Life Ricky Bahl:୨୦ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି, ୨୪ଲକ୍ଷ ଠକେଇ
- RBI ଡାଟା ସେଣ୍ଟର ଉଦଘାଟନ, ଦେଶର ବିକାଶ ପାଇଁ କରିବ କାର୍ଯ୍ୟ
- ଆଇପିଏଲ ଖେଳିବା ନେଇ କେବେ ନିଷ୍ପତ୍ତି ନେବେ, ଜଣାଇଲେ ଧୋନି: ଆଘାତ ଯୋଗୁଁ ଗତ ସିଜନ୍ ଖେଳିନଥିଲେ
- ବିହାର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ କାର୍ଯ୍ୟକ୍ରମରେ ହଙ୍ଗାମା, ଯୁବକ କହିଲେ ‘ମୋଦୀ କୁଆଡ଼େ ଯିବେନାହିଁ’
- ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଟିମ୍ରେ ପରିବର୍ତ୍ତନ
- Op Trident:ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଗୋଷ୍ଠୀର ପର୍ଦ୍ଦାଫାସ: ୧୮ ଗିରଫ, ୧୦୦ କୋଟି ଟଙ୍କାର ‘ହୱାଲା’ ନେଟୱାର୍କ ଠାବ
