Latest Odisha News

BREAKING NEWS

ନୀଳାଦ୍ରି ବିଜେ, ନବ ଦିନାତ୍ମକ ଯାତ୍ରା ସାରି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କଲେ ଶ୍ରୀବିଗ୍ରହ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ନୀଳାଦ୍ରି ବିଜେରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିଛନ୍ତି । ମଦନ ମୋହନଙ୍କ ପରେ ଶ୍ରୀ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ଓ ପରେ ଭଉଣୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା ।

ଶେଷରେ କାଳିଆ ସାଆନ୍ତଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆ ଯାଇଥିଲା । ମାଆ ଲକ୍ଷ୍ମୀ ପ୍ରଭୁଙ୍କ ଉପରେ ଅଭିମାନ କରିଥିବା ବେଳେ ଚାହାଣୀ ମଣ୍ଡପରେ ପ୍ରଭୁ ମାଆଙ୍କୁ ଚାହିଁଥିଲେ । ଏହାପରେ ରସଗୋଲା ଦେଇ ମାଆଙ୍କ ଅଭିମାନକୁ ଭାଙ୍ଗିଥିଲେ କଳା ଠାକୁର ।

ନୀଳାଦ୍ରି ବିଜେ ପାଇଁ ଆଜି ସିଂହଦ୍ୱାର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ଘଣ୍ଟଘଣ୍ଟା, କାହାଳୀରେ କମ୍ପୁଥିଲା ଶ୍ରୀମନ୍ଦିର ଚାରିପାଖ । ଶ୍ରୀଜୀଉଙ୍କ ମାନବୀୟ ଲୀଳାଖେଳାର ଶେଷ ପର୍ଯ୍ୟାୟରେ ଚତୁର୍ଦ୍ଧାମୂରତି ନୀଳାଦ୍ରି ବିଜେରେ ରତ୍ନ ସିଂହାସନକୁ ଫେରି ଯାଇଛନ୍ତି । ଆସନ୍ତାକାଲି ଠାରୁ ରତ୍ନ ସିଂହାସନରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ମହାପ୍ରସାଦ ପାଇ ପାରିବେ ।

Leave A Reply

Your email address will not be published.