Latest Odisha News

BREAKING NEWS

ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରେ ଶ୍ରୀ ରାଓଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କ ସହ ବିତେଇଥିବା ସମୟକୁ ମନେପକାଇ ଫଟୋ ସେୟାର କରିଛନ୍ତି ।

ଟ୍ୱିଟ୍ କରି ସେ ଲେଖିଛନ୍ତି, ପ୍ରକାଶ ରାଓଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଶ୍ରୀ ରାଓଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲୋକଙ୍କୁ ଉତ୍ସାହିତ କରିବ । ସେ ଶିକ୍ଷାକୁ ସଶକ୍ତକରଣର ମାଧ୍ୟମ ବୋଲି ଦେଖିଥିଲେ । କିଛି ବର୍ଷ ପୂର୍ବେ ତାଙ୍କ ସହ କଟକରେ ସାକ୍ଷାତ ସମୟର କଥା ମୋର ମନେ ପଡୁଛି । ତାଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ‘

ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ ତଥା ରାଜ୍ୟ ଓ ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରୀ ରାଓଙ୍କ ଦେହାନ୍ତ ରେ ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.