Latest Odisha News

BREAKING NEWS

ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କ ମହାପର୍ବ, ଆସନ୍ତୁ ଜାଣିବା ଏ ନେଇ କିଛି ଅଜଣା କଥା

ପୁରୀ: ୧୪ ଜାନୁୟାରୀ ଗୁରୁବାର ମକର ସଂକ୍ରାନ୍ତି ଏବଂ ସୂର୍ଯ୍ୟଙ୍କ ଉତରାୟଣ ଚଳନ । ସୂର୍ଯ୍ୟଙ୍କ ଯୋଗୁ ପୃଥ୍ୱୀରେ ଜୀବନ ସମ୍ଭବ ହୋଇଛି । ବିଭିନ୍ନ ଗ୍ରନ୍ଥରେ ଶିବ, ବିଷ୍ଣୁୁ, ଗଣେଶ, ଦୁର୍ଗା ଓ ସୂର୍ଯ୍ୟଙ୍କୁ ପଂଚଦେବ ଭାବେ ବର୍ଣ୍ଣିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ମହାପ୍ରଭୁଙ୍କ ପୂଜା କରିବା ଉଚିତ । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପାଳନ କରାଯାଏ । ଦୁଇ ଋତୁର ସନ୍ଧିକାଳ ହୋଇଥିବାରୁ ବିଭିନ୍ନ ପ୍ରକାର ମୌସୁମୀ ଜନିତ ରୋଗ ଆକ୍ରାନ୍ତ କରିଥାଏ । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ସମ୍ପର୍କରେ କିଛି ଅଜଣା କଥା ।

୧. ସୂର୍ଯ୍ୟଙ୍କ ବିବାହ ସଜ୍ଞା ନାମକ ଦେବ କନ୍ୟା ସହ ହୋଇଥିଲା । ଯମରାଜ ଏବଂ ଯମୁନା ସେମାନଙ୍କ ସନ୍ତାନ ।
୨. ସୁର୍ଯ୍ୟଙ୍କ ତେଜକୁ ସଜ୍ଞା ସହ୍ୟ କରିପାରୁ ନ ଥିଲେ । ସେଥିପାଇଁ ସେ ନିଜ ଛାୟାକୁ ସୂର୍ଯ୍ୟଦେବଙ୍କ କାର୍ଯ୍ୟରେ ଲଗାଇଥିଲେ ।
୩. ସୂର୍ଯ୍ୟ ଏବଂ ଛାୟାଙ୍କ ସନ୍ତାନ ହେଲେ ଶନିଦେବତା । ଛାୟାଙ୍କ ଯୋଗୁ ସେ କଳା ହୋଇଥିଲେ ।
୪.ଶନି ସର୍ବଦା ନିଜ ପିତା ସୂର୍ଯ୍ୟଙ୍କୁ ଶତ୍ରୁ ବୋଲି ଭାବନ୍ତି । କିନ୍ତୁ ସୂର୍ଯ୍ୟ ତାଙ୍କୁ କେବେ ହେଲେ ଅବହେଳା କରନ୍ତି ନାହିଁ ।
୫.ସୂର୍ଯ୍ୟ ୭ ଘୋଡା ରଥରେ ସର୍ବଦା ସବାରୀ କରିଥାନ୍ତି । ସେ କେବେ ହେଲେ ବିଶ୍ରାମ ନିଅନ୍ତି ନାହିଁ । ଏହି ୭ ଘୋଡାଙ୍କୁ ୭ ଦିନର ପ୍ରତୀକ ଭାବେ ବିବେଚନା କରାଯାଏ ।
୬.ସୂର୍ଯ୍ୟଙ୍କ ସାରଥୀ ହେଲେ ଗରୁଡଦେବଙ୍କ ଭାଇ ଅରୁଣ ।
୭. ବିଭିନ୍ନ ଗ୍ରନ୍ଥ ଅନୁସାରେ ତ୍ରେତୟା ଯୁଗରେ ସୁଗ୍ରୀବ ଏବଂ ଦ୍ୱାପରରେ କର୍ଣ୍ଣ ତାଙ୍କ ଅଂଶରୁ ଜନ୍ମଗ୍ରହଣ କରିଥିଲେ । ସୂର୍ଯ୍ୟଦେବ ହନୁମାନଙ୍କ ଗୁରୁ । ତାଙ୍କଠାରୁ ପ୍ରଥମ ଜ୍ଞାନ ପ୍ରାପ୍ତ କରିଥିଲେ ।
୮. ମକର ସଂକ୍ରାନ୍ତି ଠିକ୍ ଭାବେ ପାଳନ କଲେ ଧନ, ଜନ, ଗୋପ ଓ ଲକ୍ଷ୍ମୀର ଅଭାବ ରହି ନ ଥାଏ ।

Leave A Reply

Your email address will not be published.