ଭୁବନେଶ୍ୱର: ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି। କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ।
ମାସ ଶେଷ ଆଡ଼କୁ, ଅର୍ଥାତ ସେପ୍ଟେମ୍ୱର ୨୮ ତାରିଖରେ ଭୁବନେଶ୍ୱରରେ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଆୟୋଜନ ହେବ। ଏଥିରେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କ ସହ ବିଭିନ୍ନ ରାଜ୍ୟର ଆଡଭୋକେଟ୍ ଜେନେରାଲ, ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟର ପ୍ରଫେସରମାନେ ଅଂଶଗ୍ରହଣ କରିବେ।
ସୂଚନା ଯୋଗ୍ୟ ଯେ ଜୁନ ୨୦ରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସିଥିଲେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି ଗସ୍ତରେ ମୋଦି ରୋଡ ସୋ’ ଏବଂ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିଥିଲେ । ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବର ପୁଣି ଥରେ ଜନସମୁଦ୍ର ପାଲଟିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ବରର ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର ହୋଇଥିଲା ।
Comments are closed.