Latest Odisha News

BREAKING NEWS

ସାମୁଦ୍ରିକ ଝଡ଼ ‘ରେମାଲ’ର ପ୍ରଭାବ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ବାତ୍ୟା ‘ରେମାଲ’ର ପ୍ରଭାବ ର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ବୈଠକରେ ପ୍ରଭାବିତ ରାଜ୍ୟଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମିଜୋରାମ, ଆସାମ, ମଣିପୁର, ମେଘାଳୟ ଓ ତ୍ରିପୁରାରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଜୀବନ ହାନି ଓ ଘର ଏବଂ ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ବାତ୍ୟା ରେମାଲ ସମୟରେ ଆବଶ୍ୟକତା ଅନୁଯାୟୀ ଏନଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ଏହି ଟିମ୍ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଏୟାରଲିଫ୍ଟିଂ ଏବଂ ସଡ଼କ ସଫା କରିବା କାର୍ଯ୍ୟ ସୁଚାରୁରୁପେ ତୁଲାଇ ଥିଲେ । ବୈଠକରେ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି ବୋଲି ଉଲ୍ଲେଖ କରାଯାଇଥିଲା।

ଭାରତ ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ରାଜ୍ୟକୁ ସମ୍ପୂର୍ଣ୍ଣ ସହାୟତା ଜାରି ରଖିବା ସହ ପୁନରୁଦ୍ଧାର ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ ପରିସ୍ଥିତି ଉପରେ ନଜର ରଖିବା ଏବଂ ମାମଲାର ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Comments are closed.