ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଅବସରରେ ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଗ୍ରାଣ୍ଡସ୍ଲାମ ଟେନିସରେ ସେ ୩୬୯ତମ ବିଜୟ ହାସଲ କରି ରୋଜର ଫେଡେରରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ତୃତୀୟ ରାଉଣ୍ଡର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜୋକୋଭିଚ ଇଟାଲୀର ଲୋରେଂଜୋ ମୁସେଟୀଙ୍କୁ ୭-୫, ୬-୭(୬), ୨-୬, ୬-୩ ଓ ୬-୦ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ଜୋକୋଭିଚ ଜିତିବା ପରେ ମୁସେଟୀ କ୍ରମାଗତ ୨ଟି ସେଟ ଜିତି ୨-୧ରେ ଅଗ୍ରଣୀ ହୋଇଥିଲେ । ଏହା ପରେ ସର୍ବିୟା ଷ୍ଟାର କ୍ରମାଗତ ୨ଟି ସେଟ ଜିତି ମ୍ୟାଚରେ ବିଜୟୀ ହୋଇଥିଲେ । ଜୋକୋଚିଭ ଓପନ ଏରାରେ ୨୪ ଗ୍ରାଣ୍ଡ ସ୍ଲାମ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ସର୍ବାଧିକ ଗ୍ରାଣ୍ଡସ୍ଲାମ (ଉଭୟ ପୁରୁଷ ଓ ମହିଳା)ରେ ସେ ସେରେନା ୱିଲିୟମ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେରେନା ୨୩ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । ୧୯୬୮ ପରଠାରୁ ଓପନ ଏରାର ଆରମ୍ଭ ହୋଇଥିଲା ।
BREAKING NEWS
- ୮୪ ବର୍ଷରେ ବିଗ୍ ବି; କେବିସିରେ ଜନ୍ମଦିନ ସେଲିବ୍ରେଟ କଲେ ମାଧୁରୀ…
- SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ଦିଲ୍ଲୀରେ ମୁକ୍ତ ହେଲେ ୩ CJP ନେତା, ରହିଛି ଏହି ସର୍ତ୍ତ…
- Preventive Arrest: ପ୍ରିଭେଣ୍ଟିଭ୍ ଆରେଷ୍ଟ କ’ଣ? କ’ଣ ଅପରାଧ ପୂର୍ବରୁ ବାନ୍ଧି ପାରିବ ପୋଲିସ୍?
- Flash Flood in Nepal:ନେପାଳରେ ପୁଣି ବନ୍ୟାର ତାଣ୍ଡବ; ୩ଟି ପୋଲ ଭାସିଯାଇଛି ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି; ଉଦ୍ଧାର କାର୍ଯ୍ୟ ଜାରି
- ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ୫ ବର୍ଷର ଝିଅ ମୃତ, ମା ଓ ବାପା ଗୁରୁତର
- ଆଜିଠୁ ନବରାତ୍ରୀ; ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
- UK wildlife park: ବୁଲିବାକୁ ଯାଇଥିଲେ ଚିଡ଼ିଆଖାନା, ବାଘ ମୁହଁରେ ପଡ଼ିଗଲେ ବ୍ୟକ୍ତି! ତା’ପରେ ଯାହା ଘଟିଲା… ଚିଡ଼ିଆଖାନାରେ ହଇଚଇ!
- ଟ୍ରକକୁ ପଛରୁ ଧକ୍କା ଦେଲା ବସ୍; ୩୩ ଆହତ, ୧୦ ଗୁରୁତର
- ପାର୍ବଣରେ ଭିଜିବ ଓଡ଼ିଶା! ଏସବୁ ଜିଲ୍ଲାକୁ ଆଲର୍ଟ…

Comments are closed.