ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କୁକୁଡାଖଣ୍ଡି ଯୁକ୍ତ ୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜିଆରଏଫ ଏମ୍ ଟୁନା ପାତ୍ର(୫୪)।
ଜିପିଏଫ ବିଲ୍ ପଠାଇବା ପାଇଁ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତି।
ବ୍ରହ୍ମପୁର ଭିଜିଲାନ୍ସ ଏସପି ଦେଇଥିବା ସୁଚନା ଅନୁସାରେ, ସେମାନେ ଲାଞ୍ଚ ରାଶି ଜବତ କରିବା ସହ ଉକ୍ତ ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ପଞ୍ଜୀକୃତ କରିଛନ୍ତି।
Comments are closed.