Latest Odisha News

BREAKING NEWS

ପଞ୍ଜାବ ବିପକ୍ଷରେ ହାଇଦ୍ରାବାଦର ଆଗ ବ୍ୟାଟିଂ

ଦୁବାଇ: ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଜି ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି । କେଏଲ ରାହୁଲଙ୍କ ପଞ୍ଜାବ  ଏଯାଏ ୫ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ଜିତି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ସେହିପରି ହାଇଦ୍ରାବାଦ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୨ଟିରେ ଜିତିଛି । ତେଣୁ ଉଭୟ ଦଳ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ।

ହାଇଦ୍ରାବାଦ ତା’ର ଚୂଡ଼ାନ୍ତ ଏକାଦଶରେ  ସିଦ୍ଧାର୍ଥ କୌଲଙ୍କ ବଦଳରେ ଖଲୀଲ ଅହମ୍ମଦଙ୍କୁ  ସୁଯୋଗ ଦେଇଛି। ସେହିପରି ପଞ୍ଜାବ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି । ଆଫଗାନ ସ୍ପିନର ମୁଜିବ ଉର ରେହମାନ, ପ୍ରଭସିମରନ ସିଂହ ଓ ଅର୍ଶଦୀପ ସିଂହଙ୍କୁ ବି ଦଳ ସୁଯୋଗ ଦେଇଛି।

Leave A Reply

Your email address will not be published.