Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କଳାହାଣ୍ଡି ହୀରାନୀଳା କଲେଜ ପ୍ରିନ୍ସିପାଲ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଚାଲିଛି । ବିଶ୍ୱନାଥପୁର କଲେଜର ଅଫିସ୍‌ ସମେତ ଭୁବନେଶ୍ୱର ଡୁମଡୁମା, ହାଉସିଂବୋର୍ଡ କଲୋନୀରେ ଥିବା ଘରରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ ।

ସେହିପରି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧାରେ ଥିବା କ୍ରସର ଓ ବିଶ୍ୱନାଥପୁରରେ ଥିବା କ୍ରସରେ ବି ଚଢ଼ାଉ ହୋଇଛି । ଭିଜିଲାନ୍ସର ୬ ଜଣ ଡିଏସପି, ୪ ଇନ୍ସପେକ୍ଟର ଓ କର୍ମଚାରୀ ଏହି ରେଡରେ ସାମିଲ ହୋଇଛନ୍ତି ।

କଲେଜରେ ପିଅନ ଚାକିରି ଦେବା ପାଇଁ ୨ଲକ୍ଷ ୫୦ ହଜାର, ସୁଇପର ଭାବରେ ଚାକିରୀ କରାଇ ଦେବା ପାଇଁ ୧ଲକ୍ଷ ୭୦ ହଜାର ଟଙ୍କା ନେଉଥିଲେ ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁ । ତାଙ୍କ ବିରୋଧରେ ତଦନ୍ତ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତବର୍ଷ ଅଗଷ୍ଟରୁ ୪ ଜଣିଆ କମିଟି ତଦନ୍ତ ଚଳାଇଥିଲା ।

Comments are closed.