ଚିକିତ୍ସାଧୀନ ଅବସ୍ଥାରେ ବିଚରାଧୀନ କଏଦୀର ମୃତ୍ୟୁ, ଦାୟି କିଏ ?
ଅସୁସ୍ଥତା କାରଣରୁ ଗତ ୬ ତାରିଖରେ ରାଜେଶକୁ ମଣ୍ଡଳ କାରାଗାରରୁ ହସ୍ପିଟାକୁ ସ୍ଥାନାନ୍ତରିତ କରାଯାଇଥିଲା
ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ବିଚରାଧୀନ କଏଦୀର ମୃତ୍ୟୁ । ଚୋରି ଅଭିଯୋଗରେ ରାଜେଶ ସିଂ ନାମକ ଜଣେ ବ୍ୟକ୍ତିକୁ ବେତନଟୀ ପୋଲିସ ଗିରଫ କରିଥିଲା ।
ଗିରଫଦାରୀ ପରେ ଅଭିଯୁକ୍ତ ରାଜେଶକୁ ବାରିପଦା ମଣ୍ଡଳ କାରାଗାରରେ ରଖାଯାଇଥିଲା । ତେବେ ଅସୁସ୍ଥତା କାରଣରୁ ଗତ ୬ ତାରିଖରେ ରାଜେଶକୁ ମଣ୍ଡଳ କାରାଗାରରୁ ହସ୍ପିଟାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେଇଥିଲା । ହେଲେ ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରୀ ଦଳ ତରଫରୁ ସୂଚନା ମିଳିଛି ।
ଅଭିଯୁକ୍ତ ରାଜେଶର କେଉଁ ଭଳି ସ୍ଥିତିରେ ମୃତ୍ୟୁ ଘଟିଥିଲା, ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଦ୍ୱନ୍ଦରେ ଥିବାବଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
Comments are closed.