Latest Odisha News

ଏଣିକି ପ୍ରତିଦିନ ୯ ମିନିଟ୍ ଘଣ୍ଟ ବାଡେଇ ପ୍ରତିବାଦ

ଭୁବନେଶ୍ୱର: କରୋନା ପାଇଁ ଶ୍ରୀମନ୍ଦିର ସମେତ ବନ୍ଦ ରହିଛି ରାଜ୍ୟର ସବୁ ମନ୍ଦିର । ଭକ୍ତ ଶୂନ୍ୟ ହୋଇପଡିଛି ଧର୍ମପୀଠ । ଭକ୍ତଙ୍କୁ ମନ୍ଦିର ଦୁଆର ମନା ହୋଇଛି । ମନ୍ଦିର ଖୋଲିବାକୁ ଦୀର୍ଘ ଦିନର ଦାବି, ଗୁହାରୀ ସତ୍ତ୍ୱେ ଶୁଣୁନି ପ୍ରଶାସନ। ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ମନ୍ଦିର ସେବାୟତ ସଂଘ।

ସଂଘର ନିଷ୍ପତ୍ତି ଅନୁଯାଇ,ଏଣିକି ପ୍ରତିଦିନ ମନ୍ଦିର ଆଗରେ ବାଜିବ ପ୍ରତିବାଦର ଘଣ୍ଟ। । ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଉନଥିବାରୁ ଏହା ପ୍ରତିବାଦରେ ଦୈନିକ ୯ ମିନିଟ ଘଣ୍ଟ ପ୍ରତିବାଦ କରିବାକୁ ରାଜ୍ୟ ମନ୍ଦିର ସେବାୟତ ସଂଘ ନିଷ୍ପତ୍ତି ନେଇଛି ।

Comments are closed.