Latest Odisha News

ବିଜୟ ହଜାରେ ଟ୍ରଫିରେ ଆଉ ଏକ ରେକର୍ଡ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ପୃଥ୍ୱୀ ଶ’ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି । ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୧୭-୧୮ରେ ମୟଙ୍କ ଅଗ୍ରୱାଲ ୭୨୩ ରନ କରିଥିବା ବେଳେ ପୃଥ୍ୱୀ ୭୫୪ ରନ ସଂଗ୍ରହ କରି ସାରିଛନ୍ତି ।

କର୍ଣ୍ଣାଟକ ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେ ୧୬୫ ରନର ଇନିଂସ ଖେଳି ଏହି ଉପଲବ୍ଧି ହାସଲ କରିଥିଲେ । ସିଜନରେ ସେ ୪ ଶତକ ମାରି ଅଧିନାୟକ ଭାବେ ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗମ୍ଭୀର ୨ଟି ଶତକ ହାସଲ କରିଥିଲେ ।

Comments are closed.