Latest Odisha News

BREAKING NEWS

ରିିୟାଙ୍କ ବିସ୍ଫୋରକ ବୟାନ, ଦୋଷ ସ୍ୱୀକାର ପାଇଁ ମୋତେ ବାଧ୍ୟ କରାଯାଉଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସହ ଜଡିତ ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ସେ ବାଇକୁଲା ଜେଲ୍‌ରେ ଅଛନ୍ତି । ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଥିଲେ । ଆସନ୍ତାକାଲି ଏହାର ଶୁଣାଣି ହେବ । ତେବେ ସେ ଜାମିନ ଆବେଦନରେ ବିସ୍ଫୋରକ ବୟାନଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ଜାମିନ ଆବେଦନରେ ରିୟା କହିଛନ୍ତି, ତାଙ୍କୁ ଚାପ ପ୍ରୟୋଗ କରି ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି । ବିଚାର ବିଭାଗୀୟ ତଦନ୍ତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏହା ଭିତରେ ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଭଳି ଧମକ ଆସୁଛି । ଗତ ତିନୋଟି ଜେରା ତାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ସେ ଦର୍ଶାଇଛନ୍ତି ।

ରିିୟା ଆହୁରି କହିଛନ୍ତି, ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ସେ କୌଣସି ଅପରାଧ କରିନାହାନ୍ତି । ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏକ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି । ଅନ୍ୟାୟ ଭାବେ ତାଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର ୮ ତାରିଖରେ ରିୟା କରିଥିବା ନିଜ ଜାମିନ ଆବେଦନରେ ଏହା ଦର୍ଶାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗିରଫ କରିବା ପରେ ସେ ଜେଲରେ ଅଛନ୍ତି । ଲଗାତାର ୩ ଦିନ ଜେରା କରିବା ପରେ ରିୟାଙ୍କୁ ମଙ୍ଗଳବାର ଦିନ ଏନସିବି ଗିରଫ କରିଥିଲା । ଏହା ପୂର୍ବରୁ ଏନସିବି ରିୟାଙ୍କ ଭାଇ ଷୌଭିକ ଚକ୍ରବର୍ତୀଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.