Latest Odisha News

ବିସ୍କୁଟ୍ କିଙ୍ଗ ରାଜନ ପିଲ୍ଲାଇଙ୍କ ଉପରେ ନିର୍ମିତ ହେବ ହିନ୍ଦୀ ୱେବ ସିରିଜ୍

ମୁମ୍ବାଇ: ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପୃଥିବୀରାଜ ସୁକୁମାରନ୍ । ୨୦୦୨ରେ ଅଭିନୟ ଦୁନିଆରେ ପାଦ ଥାପିବା ପରେ ଏହି ଅଭିନେତା ଲୁସିଫର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆଗାମୀ ଦିନରେ ପୃଥିବୀରାଜ ବିସ୍କୁଟ୍ କିଙ୍ଗ ରାଜନଙ୍କ ଉପରେ ଏକ ହିନ୍ଦୀ ୱେବ ସିରିଜ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିରେ ସେ ଖୋଦ ନିଜେ ରାଜନ ପିଲ୍ଲାଇଙ୍କ ଭୂମିକାରେ ନଜର ଆସିବେ । ୟୁଡଲି ଫିଲ୍ମସ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ୱେବ ସିରିଜ୍‌ର ଫାଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଛି ।

୧୯୪୭ରେ ରାଜନ ପିଲ୍ଲାଇ ଜଣେ କାଜୁ ବ୍ୟବସାୟୀଙ୍କ ଘରେ ଜନ୍ମ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିସ୍କୁଟ୍ ବାରୋନ ତଥା ବିସ୍କୁଟ୍ କିଙ୍ଗ ଭାବେ ପରିଚିତ ହୋଇଥିଲେ । ବହୁ ବିଶ୍ଳେଷଣ ପରେ ଅଭିନେତ ତଥା ନିର୍ଦ୍ଦେଶକ ପୃଥିବୀରାଜ ଆସନ୍ତାବର୍ଷ ରାଜନଙ୍କ ଉପରେ ଏକ ହିନ୍ଦୀ ୱେବ ସିରିଜ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

ଦିନେ ବ୍ରିଟାନିଆ ଇଣ୍ଡଷ୍ଟ୍ରିରେ ରାଜନ ସେୟାର ହୋଲ୍ଡର ଥିଲେ । ୧୯୭୦ ମସିହାରେ ସେ ସିଙ୍ଗାପୋରରେ ରହି ନାବିସ୍କୋ, ହଣ୍ଟଲି ଆଣ୍ଡ ପାଲମେର ଓ ବ୍ରିଟାନିଆ ଭଳି କମ୍ପାନୀରେ ବିଭିନ୍ନ ପଦବୀରେ ରହିଥିଲେ । ୧୯୯୩ରେ ତାଙ୍କ ବିରୋଧରେ ଏକାଧିକ ମାମଲା ଦାୟର ହେବା ପରେ ସେ ଭାରତରେ କାରାଦଣ୍ଡାଦେଶ ଭୋଗିଥିଲେ । ତେବେ ୧୯୯୫ରେ ଚିକିତ୍ସା ଅଭାବରୁ ଜେଲରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.