ଭୁବନେଶ୍ବର: ପୋଲିସର ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଦୁର୍ଘଟଣା କମାଇବା ବାହାନାରେ ପୁଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିହାତି ନିନ୍ଦନୀୟ ବୋଲି କହିଛି ସଙ୍ଘ । ଏହା ସହ ବାରମ୍ବାର ଯାଞ୍ଚ ଯୋଗୁଁ ଯାତ୍ରୀବାହୀ ବସ୍ ହିଁ ହଇରାଣ ହେବେ ବୋଲି ମଙ୍ଗଳବାର ସଙ୍ଘ ପକ୍ଷରୁ କୁହାଯାଇଛି ।
ଏହି ପ୍ରସ୍ତାବର ପୁନଃ ନିଷ୍ପତ୍ତି ପାଇଁ ସଂଘ ଦାବି କରିଛି । ଯଦି ସରକାର ଆମ କଥା ନଶୁଣନ୍ତି ତେବେ ଆଗକୁ ସବୁ ଯାତ୍ରୀବାହୀ ବସ୍ ମାଲିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ।
ସଂଘ ସମ୍ପାଦକଙ୍କ କହିବା ଅନୁଯାୟୀ, କୌଣସି ବସ୍ ବରମୁଣ୍ଡାରୁ ଯେକୌଣସି ସ୍ଥାନକୁ ଗଲେ ବାଟରେ ଅନେକ ଥାନା ପଡ଼ୁଛି, ଯଦି ସବୁ ଥାନାରେ ଗୋଟିଏ ବସକୁ ବାରମ୍ବାର ଯାଞ୍ଚ କରାଯିବ ବସ୍ ସେବା ବାଧାପ୍ରାପ୍ତ ହେବ । ଯଦି ଟୋଲ୍ ଗେଟରେ ବସ୍ ପରମିଟ୍ ଓ ଫିଟନେସ୍ ଯାଞ୍ଚ କରାଯାଇପାରୁଛି, ତା’ହେଲେ ପୋଲିସ କାହିଁକି ଏହି ଯାଞ୍ଚର ଭାର ମୁଣ୍ଡାଇବ ବୋଲି ସେ ପ୍ରଶ୍ନ କରିଛନ୍ତି ।
Comments are closed.