Latest Odisha News

BREAKING NEWS

Private Bus Owners Protest: ‘ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍‌ ସେବା ବନ୍ଦ’

କଟକ: ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଦାବି । ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ।

ଯଦି ୨୩ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନିଆନଯାଏ, ତେବେ ୨୪ ତାରିଖରୁ କଟକକୁ କୌଣସି ବସ୍ ଗଡିବ ନାହିଁ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ । ଆବଶ୍ୟକ ପଡିଲେ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବ ବୋଲି ଘରୋଇ ବସ୍ ମାଲିକ ସଙ୍ଘ ତରଫରୁ କୁହାଯାଇଛି ।

ରାଜ୍ୟ ଘରୋଇ ବସ ମାଲିକ ସଂଘର ଜରୁରୀ ବୈଠକରେ ଏହି ନିଷ୍ପତି ହୋଇଛି। ବୈଠକରେ ୮ଜିଲ୍ଲାର ୧୮ ଆସୋସିଏସନ ସାମିଲ ହୋଇଥିଲେ ।

Comments are closed.