ଜୟପୁର: ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ଜିଲ୍ଲା ଗୁଡିକରେ ଟାୟର ୧ ବସ୍ ଚାଲିଥିଲା । ବସ୍ ମାଲିକ ସଂଘର ବିରୋଧ ପରେ ଟାୟର ୨ ବସ୍ ଚଳାଚଳ ବନ୍ଦ ରଖିଥିଲେ ସରକାର। ଏବେ ପୁଣି ଥରେ ଏସବୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥା ଆବେଦନ କରିଥିବାରୁ ଏହାକୁ ବିରୋଧ କରି ୨୪ ଘଣ୍ଟା ଘରୋଇ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ। ସଂଘର ଦାବି ଅନୁସାରେ ସରକାର ଏମିତି କଲେ ଘରୋଇ ବସ୍ ମାଲିକଙ୍କର କ୍ଷତି ହେବ। ସରକାର ଏହି ବସ୍ ଚଳାଚଳ କରିବାକୁ ଚାହୁଁଥିଲେ, ଘରୋଇ ବସ୍ ମାଲିକଙ୍କୁ ଲକ୍ଷ୍ମୀ ବସ୍ ପରି ଟିକଟରେ ସବସିଡି ଦିଆଯାଉ ବୋଲି ସଂଘ ଦାବି କରିଛି । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ କହିଛି । ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏପରି ବନ୍ଦ ଡାକରା ଯୋଗୁଁ ସାଧାରଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।
BREAKING NEWS
- Srimandir Bhakta Nivas: କମିବନି ଭକ୍ତ ନିବାସ ପାର୍କିଂ ଫି, ୫୦୦ ଟଙ୍କା ରହିବ:ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- Balangir Highway: ଅସୁରକ୍ଷିତ ବଲାଙ୍ଗୀର ରାଜପଥ, ୬ ବର୍ଷରେ ୧୦୩୮ଜଣଙ୍କ ମୃତ୍ୟୁ…
- ସ୍ଲିପର୍ କୋଚ୍ ବସ୍ ପାଇଁ ନୂଆ ନିୟମ; ମନା ଇଚ୍ଛା କରିପାରିବେନି…
- ରାଜ୍ୟର ୪୭ଟି ଆଇଟିଆଇ ହେବ ସେଣ୍ଟର ଅଫ୍ ଏକ୍ସେଲେନସ, ୯ଟି ଆଇଟିଆଇରେ ହେବ AI ଲ୍ୟାବ୍: ମୁଖ୍ୟମନ୍ତ୍ରୀ
- ଲାଗୁ ହେବ ପିଏମ୍-ରାହତ ଯୋଜନା; ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଏତିକି ଟଙ୍କା…
- ବିମାନବନ୍ଦର କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ ସିଆଇଏସଏଫ କର୍ମୀ, ସବୁଠି ପ୍ରଶଂସା
- Pneumonia In Winter: ଶୀତ ଦିନେ ଆପଣଙ୍କ ପିଲାଙ୍କୁ ବି ହୋଇପାରେ ନିମୋନିଆ?, ଅଣଦେଖା କରନ୍ତୁ ନାହିଁ ଏହି ଲକ୍ଷଣ…ଭାରି ବିପଦପୂର୍ଣ୍ଣ…
- ନୂଆ ଅନ୍ଦାଜରେ ଅମୃତା ଖାନଭିଲକର,‘ତସ୍କରୀ’ର ଟ୍ରେଲର୍ ଆଉଟ୍
- Dantewada Naxalites surrender: ୬୩ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା କୋଟିଏରୁ ଅଧିକ ପୁରସ୍କାର ରାଶି
- Tara And Veer Breakup: ଅଲଗା ହୋଇଗଲେ ତାରା ବୀର?, ଏପି ଧିଲୋନଙ୍କ ସହ କନସର୍ଟ ଭାଇରାଲ ପରେ ବଢିଲା ଚର୍ଚ୍ଚା…
Comments are closed.