ଜୟପୁର: ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ଜିଲ୍ଲା ଗୁଡିକରେ ଟାୟର ୧ ବସ୍ ଚାଲିଥିଲା । ବସ୍ ମାଲିକ ସଂଘର ବିରୋଧ ପରେ ଟାୟର ୨ ବସ୍ ଚଳାଚଳ ବନ୍ଦ ରଖିଥିଲେ ସରକାର। ଏବେ ପୁଣି ଥରେ ଏସବୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥା ଆବେଦନ କରିଥିବାରୁ ଏହାକୁ ବିରୋଧ କରି ୨୪ ଘଣ୍ଟା ଘରୋଇ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ। ସଂଘର ଦାବି ଅନୁସାରେ ସରକାର ଏମିତି କଲେ ଘରୋଇ ବସ୍ ମାଲିକଙ୍କର କ୍ଷତି ହେବ। ସରକାର ଏହି ବସ୍ ଚଳାଚଳ କରିବାକୁ ଚାହୁଁଥିଲେ, ଘରୋଇ ବସ୍ ମାଲିକଙ୍କୁ ଲକ୍ଷ୍ମୀ ବସ୍ ପରି ଟିକଟରେ ସବସିଡି ଦିଆଯାଉ ବୋଲି ସଂଘ ଦାବି କରିଛି । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ କହିଛି । ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏପରି ବନ୍ଦ ଡାକରା ଯୋଗୁଁ ସାଧାରଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.