Latest Odisha News

ନଭେମ୍ବର ୮କୁ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘର ବଡ ନିଷ୍ପତ୍ତି । ରାଜ୍ୟରେ ବସ୍ ଧର୍ମଘଟ ନେଇ ଆସନ୍ତା ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳୀ ମାଧ୍ୟମରେ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ ।

ସୂଚନାମୁତାବକ, ନଭେମ୍ବର ୮ ତାରିଖରେ ଭବାନୀପାଟଣାରେ ବସ୍ ମାଲିକ ସଂଘର ଏକ ବୈଠକ ହେବ । ଉକ୍ତ ବୈଠକରେ ସଂଘ ପକ୍ଷରୁ ବସ୍ ଧର୍ମଘଟ ବିଷୟରେ ନିଷ୍ପତ୍ତି ନିଆଯିବ । ତେବେ ନଭେମ୍ବର ୧ ତାରିଖରେ ଭବାନୀପାଟଣାରେ ଲକ୍ଷ୍ମୀ ବସ୍ ଚାଲିବାର କାର୍ଯ୍ୟକ୍ରମ ଅଛି । ସେହିଦିନ ଯଦି ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ଚାଲେ ତେବେ ଧର୍ମଘଟ ହେବ ବୋଲି ଅଲ୍ ଓଡିଶା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ତେବେ ଭବାନୀପାଟଣା ସହ ଆଖପାଖ ୧୦ଟି ଜିଲ୍ଲାରେ ଧର୍ମଘଟ ହେବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କିନ୍ତୁ ସରକାର ଯଦି ଆମର ଦାବିକୁ ମାନିନିଅନ୍ତି, ତେବେ ଏହି ଧର୍ମଘଟ ହେବ ନାହିଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଆହୁରି ସହଜ କରିବା ପାଇଁ ‘ଲକ୍ଷ୍ମୀ ବସ୍‌’ ଶୁଭାରମ୍ଭ କରିଥିବା ବେଳେ, ଘରୋଇ ବସ୍‌ ମାଲିକ ସଂଘ  ରାଜ୍ୟରେ ଲକ୍ଷ୍ମୀବସ ଚଳାଚଳକୁ ବିରୋଧ କରି  ଏହି ଧର୍ମଘଟକୁ ଓହ୍ଲାଇଛି ।

Comments are closed.