Latest Odisha News

BREAKING NEWS

ରିଲିଜ୍ ହେଲା ‘ଦି ଲେଡି କିଲର’ଟ୍ରେଲର , ଭିନ୍ନ ଲୁକ୍‌ରେ ନଜର ଆସିଲେ ଅର୍ଜ୍ଜୁନ

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜ୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ଏଥିରେ ଅର୍ଜ୍ଜୁନଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ଭୂମି ପେଡେନକର । ଏହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଟ୍ରେଲରଟି ଅର୍ଜୁନଙ୍କଠାରୁ ଆରମ୍ଭ ହୋଇଛି । ସେ ଏକ ନୂଆ ସହରକୁ ଯାଇଥିବାବେଳେ ସେଠାରେ ଭୂମିଙ୍କ ସହ ଦେଖା ହୋଇଛି । ଅର୍ଜୁନଙ୍କୁ ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଛନ୍ତି ।

ନିର୍ଦ୍ଦେଶକ ଅଜୟ ବହଲଙ୍କ ଏହି ଫିଲ୍ମ ଜରିଆରେ ଉଭୟ ପ୍ରଥମ ଥର ପାଇଁ ଏକାଠି ନଜରକୁ ଆସୁଛନ୍ତି । ଦୁହିଁଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଆସନ୍ତା ୩ ତାରିଖରେ ଏହା ରିଲିଜ ହେବ । ଏହାପରେ ଫିଲ୍ମ ଓଟିଟିରେ ମଧ୍ୟ ରିଲିଜ୍‌? ହେବ । ତେବେ ଭୂମି ୨୦୧୫ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ତାଙ୍କ ଦମ୍‌?ଦାର ଅଭିନୟ କରିଛନ୍ତି । ଶେଷଥର ପାଇଁ ତାଙ୍କୁ ସିନେମା ‘ଥ୍ୟାଙ୍କୁ ଫର କମିଂ’ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.