Latest Odisha News

BREAKING NEWS

ଗଞ୍ଜାମରେ ୨ୟ ଦିନ ଲାଗି ଗଡୁନି ଘରୋଇ ବସ୍, ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘରୋଇ ବସ୍ ଗୁଡିକର ଆନ୍ଦୋଳନ ଦ୍ୱିତୀୟ ଦିନ ବି ଜାରି ରହିଛି । ଫଳରେ ବସ୍ ଚଳାଚଳ ନ କରିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

ପ୍ରାପ୍ତସୂଚନାନୁଯାୟୀ ବ୍ରହ୍ମପୁର ସ୍ଥିତ ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନ ଗତକାଲି ଜାରି ରହିଥିବା ବେଳେ ଆଜିବି ବସ୍ ସେବା ବନ୍ଦ ରହିବ ବୋଲି ଘରୋଇ ମାଲିକ ସଂଘ ପକ୍ଷରୁ ଜଣାପଡିଛି ।

ଅପରପକ୍ଷରେ ବ୍ରହ୍ମପୁର, ଛତ୍ରପୁର, ଆସ୍କା, ଭଞ୍ଜନଗରରୁ ବସ୍ ସେବା ଏକପ୍ରକାର ଠପ୍ ହୋଇଯାଇଛି । ଏହି ଘରୋଇ ବସସବୁ ବନ୍ଦ ରହିବା ଫଳରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ।

ତେବେ ଏଭଳି ସମୟରେ ସରକାରୀ ବସ୍ ତଥା ଅଟୋ ରିକ୍ସା ଯାତ୍ରୀମାନଙ୍କ ଲାଗି ସହାୟ ହେଉଥିବା ନେଇ ଯାତ୍ରୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.