Latest Odisha News

BREAKING NEWS

ମହାରାଷ୍ଟ୍ରରେ ସରକାର ଗଢିବେ ଉଦ୍ଧବ; ଶପଥ ଗ୍ରହଣ ଉତ୍ସବରେ ଏହି ନେତାଙ୍କୁ କଲେ ଆମନ୍ତ୍ରଣ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଗୁରୁବାର ଦିନ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଶପଥ ଗ୍ରହଣ ଉତ୍ସବ ଆଜି ସନ୍ଧ୍ୟାରେ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ।

ପୂର୍ବରୁ ଆଦିତ୍ୟ ଠାକରେ ଦିଲ୍ଲୀ ଯାଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏହି ଶପଥ ଗ୍ରହଣ ଉତ୍ସରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ ।ଏହାବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଡିଏମକେ ନେତା ଏମକେ ଷ୍ଟାଲିନ୍, ମମତା ବାନାର୍ଜି ଓ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି ।

ଉଦ୍ଧବଙ୍କ ସମେତ ଅନ୍ୟ ୩ ଦଳ ଶିବସେନା-ଏନସିପି ଓ କଂଗ୍ରେସରୁ କିଛି ନେତା ମନ୍ତ୍ରୀ ପଦର ଶପଥ ମଧ୍ୟ ନେଇପାରନ୍ତି ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନାଯୋଗ୍ୟ, ପ୍ରଥମଥର ଲାଗି ଠାକରେ ପରିବାରରୁ କେହି ଜଣେ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବ । ଏହାପୂର୍ବରୁ ୧୯୯୯ ମସିହାରେ ଶିବାସେନାରୁ ନାରାୟଣ ରାଣେ ଓ ୧୯୯୫ରେ ମନୋହର ଯୋଶୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Leave A Reply

Your email address will not be published.