Latest Odisha News

BREAKING NEWS

କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବା ପଡ଼ିଲା ମହଙ୍ଗା; ୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ବର:କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବା ପଡ଼ିଲା ମହଙ୍ଗା । ନଖରା ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ । ୨୯ ଜଣ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାର୍ଟିଫିକେଟ ବାବଦକୁ ଆହୁରି ୨୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୬୦ ଦିନରେ କ୍ଷତିପୂରଣ ନ ଦେଲେ ବାର୍ଷିକ ୧୨% ସୁଧ ହାରରେ ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି ।

ସୂଚନାଥାଉକି, ନଖରା ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜ କୋର୍ସ ସରିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ଗ୍ରେଡ୍ ସିଟ୍ସ ଓ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବାରେ ବିଳମ୍ବ କରିଛି । ତେବେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହିତ ଖେଳିବା ନେଇ ସମ୍ପୃକ୍ତ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ବାଜିଛି ଛାଟ ।

ଏଥିସହ ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଅସୁବିଧା ଭୋଗିଥିବା ପିଲାଙ୍କୁ ଟଙ୍କା ଦେବାକୁ ସରକାରଙ୍କୁ ଅପିଲ୍ କରାଯାଇଛି ।

Comments are closed.