Latest Odisha News

୪୦୦ ମହିଳା ଏସଏଚଜି ଙ୍କୁ ଡିଜିଟାଲ ସାକ୍ଷର କଲା ଟିପିଏସଓଡିଏଲ

ଭୁବନେଶ୍ୱର: ଡିଜିଟାଲ ଶିକ୍ଷଣୀୟ ଆଟରିଚ୍ ରେ ଉନ୍ନତି ଆଣିବା ପାଇଁ ଟିପିଏସଓଡିଏଲ ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କ୍ଷେତ୍ରରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆରମ୍ଭ କରିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରେ ଏହି ଅଭିଯାନ ଚାଲୁ ରହିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଯୁବବର୍ଗ, କଲେଜ ଛାତ୍ରୀ, ପଂଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଏନଜିଓ ସହଯୋଗୀ ସହ ମିଶି କଂପାନି ଅଧିକାରୀମାନେ ଘର ଘର ବୁଲି ଅଭିଯାନ ଚଲାଉଛନ୍ତି।

ଗ୍ରାମୀଣ ଗୋଷ୍ଠୀଙ୍କୁ ଡିଜିଟାଲ୍ ଦୁନିଆ ବିଷୟରେ ଅବଗତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ କରାଯାଇଛି । କଂପାନି ପକ୍ଷରୁ ଅନଲାଇନ ପେମେଂଟ୍‌ର ବିଭିନ୍ନ ଦିଗ ଉପରେ ଆଇଇସି (ସୂଚନା, ଶିକ୍ଷା, ଯୋଗାଯୋଗ) ଉପକରଣ ବିତରଣ କରାଯାଉଛି। ଏହି ଅଭିଯାନ ହିତାଧିକାରୀମାନଙ୍କୁ ଡିଜିଟାଲ୍ ଦୃଶ୍ୟପଟ୍ଟକୁ ଭଲ ଭାବେ ବୁଝାଇଥିବା ଏବଂ ଡିଜିଟାଲ୍ ପେମେଂଟ୍‌ର ଲାଭ ବିଷୟରେ ଜାଣିବାରେ ସହାୟକ ହେଉଛି ।

ଏକ ସାମାଜିକ କଲ୍ୟାଣ ସଂଗଠନ ଏଆଇଡିଇଏନ୍‌ଟି ଏନଜିଓ ସହଯୋଗୀଙ୍କ ସହଯୋଗରେ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏହି ଅଭିଯାନର ସଫଳତା ପାଇଁ ଦୁର୍ଗମ ପାହାଡ଼ିଆ ଅଂଚଳ ପରିଦର୍ଶନ କରାଯାଉଛି । ଯେ କୌଣସି ପ୍ରକାର ବିଦ୍ୟୁତ ସମସ୍ୟାରେ ସାହାଯ୍ୟ ପାଇଁ ୧୮୦୦-୩୪୫-୬୭୯୭/୧୯୧୨ ଡାଏଲ୍ କରିବା ଲାଗି ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି।

“ବଡ଼ ଧରଣର ଗୋଷ୍ଠୀ ବିକାଶ ଉପରେ ଆମେ ଆମର ଗୁରୁତ୍ୱ ସର୍ବଦା ବଜାୟ ରଖିଛୁ । ଲୋକମାନଙ୍କୁ ଢିଜିଟାଲ ବିଷୟରେ ଅବଗତ କରୁଛୁ ଯାହା ଜରିଆରେ ସେମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିପାରିବେ । ସମାଜକୁ ବଡ଼ ଧରଣରରେ ଲାଭ ପହଂଚାଇବା ଓ ଡିଜିଟାଲ ବିଭେଦକୁ ଦୂର କରିବା ଲାଗି ଆମେ ପଦକ୍ଷେପ ଗ୍ରହଣ ଜାରି ରଖିବୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ।’’

Leave A Reply

Your email address will not be published.