Latest Odisha News

BREAKING NEWS

ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ ସିଲ

ଭୁବନେଶ୍ୱର: କୋଭିଡ୧୯ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଶୁକ୍ରବାର ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗର ସୁପରିଟେଡେଣ୍ଟ ଇନଚାର୍ଜ ଡ. ବିରଜା ଶଙ୍କର ରଥଙ୍କ ନେତୃତ୍ୱ ରେ ଏକ ୪ ଜଣିଆ ଟିମ ସତ୍ୟବାଦୀ ସ୍ଥିତ ଗୋପୀନାଥ ନର୍ସିଂ ହୋମରେ ଚଢ଼ାଉ କରିବା ସହ ସିଲ୍ କରିଦେଇଛନ୍ତି।

ଯାଞ୍ଚ ସମୟରେ ନର୍ସିଂ ହୋମ କର୍ତ୍ତୃପକ୍ଷ ଉପଯୁକ୍ତ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ପାରି ନ ଥିଲେ ଓ ଗତ ୬ ତାରିଖରେ ଉକ୍ତ ନର୍ସିଙ୍ଗ ହୋମରେ ସ୍ୱାସ୍ଥ୍ୟ ବିଭାଗର କରୋନା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରା ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ଆଜି ପ୍ରଶାସନ ଦ୍ୱାରା ଏହି ନର୍ସିଂ ହୋମକୁ ସିଲ କରିବା ସହ ଏହି ନର୍ସିଂ ହୋମ ପରିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସମ୍ବନ୍ଧରେ ଯାଞ୍ଚ ଦଳ ତରଫରୁ ସ୍ଥାନୀୟ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି।

ସମସ୍ତ କର୍ମଚାରୀଙ୍କୁ କ୍ବାରେନଣ୍ଟାଇନକୁ ପଠାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ନର୍ସିଂ ହୋମ ସିଲ ବେଳେ ସତ୍ୟବାଦୀ ତହସିଲଦାର ତଥା ଏକ୍ଜିକୁଟୀଭ ମାଜିଷ୍ଟ୍ରେଟ ଏବଂ ସ୍ଥାନୀୟ ଜୟପୁର ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

Leave A Reply

Your email address will not be published.