Latest Odisha News

ଜନ୍ମଦିନ ଅବସରରେ କହିଲେ ଅମିତ ଶାହ- “ମୋଦିଙ୍କ ଅଧୀନରେ ମା’ ଭାରତୀଙ୍କ ସେବା କରି ମୁଁ ଗୌରବାନ୍ୱିତ”

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କୁ “ଦେଶର ସବୁଠାରୁ ଲୋକପ୍ରିୟ ନେତା” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦେଶ ସେବା କରିବା ପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି।

ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ୭୦ବର୍ଷ ହୋଇଥିଲା।

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମିତ ଶାହା ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏମିତି ଜଣେ ନେତା, ଯିଏ ଦେଶର ସବୁଠାରୁ ଗରିବ ତଥା ଅତ୍ୟଧିକ ବଞ୍ଚିତ ବ୍ୟକ୍ତିଙ୍କୁ ସମ୍ମାନର ଜୀବନ ଦେଇଛନ୍ତି।

ଦେଶର ସେବା ତଥା ଗରିବଙ୍କ କଲ୍ୟାଣ ପାଇଁ ଚର୍ଚ୍ଚିତ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ୫୫ ବର୍ଷୀୟ ଶ୍ରୀ ଶାହା ।

ଗୃହମନ୍ତ୍ରୀ କହିଛନ୍ତି ଯେ ଦଶନ୍ଧି ଧରି ଅନେକ ଅଧିକାରରୁ ବଞ୍ଚିତ ହୋଇଥିବା ଗରିବ ଲୋକଙ୍କୁ ଘର, ବିଦ୍ୟୁତ୍, ବ୍ୟାଙ୍କ ଆକାଉଣ୍ଟ ଏବଂ ଶୌଚାଳୟ ଯୋଗାଇ ଦିଆଯାଇଥିଲା ଏବଂ ଗରୀବ ମା ମାନଙ୍କୁ ଉଜୱାଲା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା।

ସେ କହିଛନ୍ତି, “ସମସ୍ତଙ୍କୁ ସମ୍ମାନଜନକ ଜୀବନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଦମ୍ୟ ନିଷ୍ଠା ଏବଂ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି।”

“ଜଣେ ମହାନ ନେତାଙ୍କ ଅଧୀନରେ ‘ମା ଭାରତୀ’ର ସେବା କରିବାର ସୁଯୋଗ ପାଇବା ଏକ ସୌଭାଗ୍ୟର ବିଷୟ, ଯିଏ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏକ ଶକ୍ତିଶାଳୀ, ନିରାପଦ, ଆତ୍ମନିର୍ଭରଶୀଳ ଭାରତ ତିଆରି କରିବାରେ ବିତାଉଛି.. ମୁଁ, କୋଟି କୋଟି ଲୋକଙ୍କ ତରଫରୁ ମୋଦୀ ଜୀଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି” ବୋଲି ସେ କହିଛନ୍ତି।

କୋଭିଡରୁ ସୁସ୍ଥ ହେବା ପରେ ମଧ୍ୟ ଗୃହମନ୍ତ୍ରୀ ରବିବାର ଠାରୁ ଦିଲ୍ଲୀର AIIMS ଡାକ୍ତରଖାନାରେ ଅଛନ୍ତି।

Leave A Reply

Your email address will not be published.