Latest Odisha News

BREAKING NEWS

ଆରମ୍ଭ ହେଲା IGNOU ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ର ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ସ୍ନାତକୋତ୍ତର (ପିଜି), ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମର ଅନ୍ତିମ ସେମିଷ୍ଟାର ପରୀକ୍ଷା ଗୁରୁବାର ଦିନ ଓଡିଶାର ୩୩ଟି କେନ୍ଦ୍ରରେ ଆରମ୍ଭ ହୋଇଛି।

IGNOU ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ଖବର ଅନୁଯାୟୀ, କୋଭିଡ-୧୯ ଗାଇଡଲାଇନକୁ କଡାକଡି ପାଳନ କରି ୩୦ ଟି କେନ୍ଦ୍ର ଏବଂ ତିନୋଟି ଜେଲରେ ପ୍ରାୟ ୧୩୦୦୦ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି ।

ଏହି ପରୀକ୍ଷା ଦୁଇଟି ଅଧିବେଶନରେ ସକାଳ ୧୦ଟାରୁ ୧ଟା ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୬ରେ ଶେଷ ହେବ।

ପ୍ରକାଶ ଯେ, କୌଣସି ଛାତ୍ର, ଯିଏକି କୋଭିଡ ସମ୍ବନ୍ଧୀୟ କାରଣ କିମ୍ବା ଅନ୍ୟ କୌଣସି କାରଣରୁ ଟର୍ମ-ଏଣ୍ଡ ପରୀକ୍ଷା ଦେବାକୁ ସକ୍ଷମ ନୁହଁନ୍ତି, ତେବେ ଡିସେମ୍ବରରେ ସେମାନଙ୍କୁ ପୁଣି ଥରେ ଅନୁମତି ଦିଆଯିବ । ଛାତ୍ରଙ୍କ ଦ୍ୱାରା ଜୁନରେ ଦାଖଲ ହୋଇଥିବା ପରୀକ୍ଷା ଫି ଡିସେମ୍ବର ପାଇଁ ଆଡଜଷ୍ଟ ହେବ ।

କୋଭିଡ ମହାମାରୀ ହେତୁ ଜୁନ୍ ମାସରେ ଧାର୍ଯ୍ୟ ହୋଇଥିବା ଅନ୍ତିମ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହୋଇପାରି ନଥିଲା ।

Leave A Reply

Your email address will not be published.