Latest Odisha News

BREAKING NEWS

ଆଜି ସୁନ୍ଦରଗଡରେ ନବୀନ, ଜୋର ଧରିଲା ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ସମାପ୍ତ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାର ହେମଗିରିରେ ପ୍ରାୟ ସାଢେ ୧୦ଟା ୩୫ ମି.ରେ ପହଞ୍ଚି ସେଠାରେ ଏକ ଜନସଭାକୁ ସମ୍ବୋଦ୍ଧିତ କରିବେ । ସେଠାରୁ ତଳସରା ବିଧାନସଭା ଆସନ, ଜମାଲପାଲି ଓ ବଣାଇର ରାଜଗାଙ୍ଗପୁର ବିଧାନସଭା ଆସନ ଓ ରାଏବଗା ସ୍ଥିତ ବିରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀର ତିଲିକାନୀ ଅଭିମୁଖେ ଗସ୍ତ କରିବେ । ପରବର୍ତ୍ତୀ ସମୟରେ ସେଠାରେ ଆୟୋଜିତ ଏକ ଜନସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ପରେ ରାଉରକେଲା ଓ ରଘୁନାଥପଲ୍ଲୀ ନିର୍ବାଚନମଣ୍ଡଳୀ ଅଭିମୁଖେ ଗସ୍ତ କରିବେ ଏବଂ ସେଠାରେ ଏକ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏପ୍ରିଲ୍ ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ମତଦାନ ହେବ ।

Leave A Reply

Your email address will not be published.