Latest Odisha News

ଚେନ୍ନାଇ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୧୬୫ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିଲା । ମ୍ୟାଚରେ ପ୍ରିୟମ ଗର୍ଗଙ୍କ ବିସ୍ଫୋରକ ଅପରାଜିତ ୫୧ ରନ ଯୋଗୁ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲେ । ସେ ୨୬ ବଲରେ ୬ ଚୌକା ଓ ୧ ଛକାରେ ଉପରୋକ୍ତ ରନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡେଭିଡ ୱର୍ଣ୍ଣର ଓ ମନୀଷ ପାଣ୍ଡେ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । ଚେନ୍ନାଇ ପକ୍ଷରୁ ଦୀପକ ଚାହର ୨ଟି ଏବଂ ଶାର୍ଦ୍ଦୁଳ ଠାକୁର ଓ ପୀୟୂଷ ଚାୱଲା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ହାଇଦ୍ରାବାଦ ଅଧିନାୟକ ୱର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.