Latest Odisha News

BREAKING NEWS

ହାଥରସ କେସ୍‌ରେ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଏସପି, ଡିଏସପି, ଇନ୍ସପେକ୍ଟର ନିଲମ୍ବିତ

ହାଥରସ: ହାଥରସ ଗଣଦୁଷ୍କର୍ମ କେସ୍ ନେଇ ସାରା ଦେଶରେ ଉତେଜନା ଦେଖାଦେଇଛି । ଏଥିନେଇ ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମଧ୍ୟ ଟାର୍ଗେଟରେ ରହିଛି । ବିଭିନ୍ନ ମହଲରୁ ଚାପ ପଡିବା ଫଳରେ ଶୁକ୍ରବାର ଯୋଗୀ ଆଦିତ୍ୟନାଥ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ମୁତାବକ ଏସପି, ଡିଏସପି, ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କେତେଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

ସବୁଠାରୁ ବଡ କଥା ଏହି ସବୁ ଅଧିକାରୀଙ୍କ ନାର୍କୋ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଣଦୁଷ୍କର୍ମ ପରେ ଜବରଦସ୍ତ ପୀଡିତାଙ୍କ ଦାହ ସଂସ୍କାର କରାଯିବା ନେଇ ବିରୋଧ ପ୍ରଦର୍ଶନ ହେଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ପ୍ରାଥମିକ ଯାଂଚକୁ ଆଧାର କରି ଉପରୋକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Leave A Reply

Your email address will not be published.