ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ ଜୋନାସ ଅନେକ ସମୟରେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ପ୍ରିୟଙ୍କା ପ୍ରଥମ ଥର ଝିଅକୁ ଧରି ଭାରତ ଆସିଥିଲେ । ତାଙ୍କ ସହିତ ନିକ୍ ମଧ୍ୟ ଆସିଥିଲେ । ସେତେବେଳେ ସେମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଏବେ ପ୍ରିୟଙ୍କା ଇଟାଲିରୁ ନିଜ ଝିଅ ପାଇଁ ଉପହାର ଆଣିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ନିକଟରେ ପ୍ରିୟଙ୍କା ଓ ନିକ୍ ଇଟାଲି ଯାଇଥିଲେ । ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ ‘ସିଡାଟେଲ’ର ପ୍ରମୋଶନ ପାଇଁ ଯାଇଥିଲେ । ଇଟାଲୀରୁ ପ୍ରିୟଙ୍କା ଓ ନିକ ତାଙ୍କ ଝିଅ ମାଳତିଙ୍କ ପାଇଁ କିଛି ସ୍ୱତନ୍ତ୍ର ଉପହାର ଆଣିଛନ୍ତି । ସେଥିମଧ୍ୟରେ କିଛି ଦାମି ଖେଳନା ରହିଛି । ଯାହାର ଫଟୋ ପ୍ରିୟଙ୍କା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏସବୁଥିରେ ପ୍ରିୟଙ୍କା ମାଳତିଙ୍କ ସହ ଖେଳୁଥିବା ବେଳେ ନିକ ବି ଫଟୋରେ ନଜର ଆସିଛନ୍ତି ।
Comments are closed.