Latest Odisha News

BREAKING NEWS

ପୋଷା କୁକୁର ବନ୍ଧକ ରଖି ବିଳାସପୂର୍ଣ୍ଣ କାର କିଣିଲେ ଯୁବକ

ନ୍ୟୁୟର୍କ: କିଏ ସୁନା,ରୂପା ଅଳଙ୍କାର ହେଉ ବା ଜମିବାଡ଼ି ବନ୍ଧକ ରଖି ଟଙ୍କା ଆଣିବା ଆପଣ ଶୁଣିଥିଲେ । କିନ୍ତୁ ଆମେରିକାର ଜଣେ ଯୁବକ ତାଙ୍କର ଚାରିଟି ପୋଷା କୁକୁରକୁ କାର୍ ଶୋ’ରୁମ୍‌ରେ ବନ୍ଧକ ରଖି ଏକ ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର ଆଣିଛନ୍ତି । ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଘଟଣା ଦେଖିବାକୁ ମିଳିଛି ଆମେରିକାର ଓକାଲୋହୋମାରରେ । ଏହି ଯୁବକ ଜଣଙ୍କ ଘରେ କୁକୁର ରଖିବାକୁ ବହୁତ ପସନ୍ଦ କରନ୍ତି । ସେଥିଲାଗି ସେ ଚାରୋଟି ପିଟବଲ୍ ପ୍ରଜାତିର କୁକୁର ଘରେ ରଖିଥିଲେ । ସେମାନଙ୍କୁ ବହୁତ ଭଲ ପାଆନ୍ତି ଯୁବକ ଜଣକ । ସେମାନଙ୍କୁ ନିଜ ପିଲାମାନଙ୍କ ପରି ଯତ୍ନ ବି ନିଅନ୍ତି । ସେମାନଙ୍କ ସହିତ ଏକାଠି ଖାଇବା, ପିଇବା ସହ ଶୋଇ ବି ଥାନ୍ତି । ଦିନେ ସେ ଏକ କାର କିଣିବାକୁ ସ୍ଥିର କଲେ । ପାଖରେ ଟଙ୍କା ନ ଥିବାରୁ ନିରାଶ ମଧ୍ୟ ହୋଇଥିଲେ । ପରେ ଯୁବକ ଜଣକ ସ୍ତ୍ରୀଙ୍କୁ ଧରି ଶୋରୁମ ଗଲେ । ସେଠାରେ ଶୋରୁମ ମାଲିକଙ୍କ ସହ କଥା ହେଲେ । କହିଲେ ଆମ ପାଖରେ ୪ଟି ପିଟ୍‌ବଲ କୁକୁର ଅଛନ୍ତି । ଯଦି ଚାହିଁବେ ଆମେ ସେମାନଙ୍କୁ ଡାଉନ୍ ପେମେଣ୍ଟ ସ୍ଥାନରେ ରଖିପାରିବୁ । ସେମାନଙ୍କ କଥାରେ ଶୋରୁମ ମାଲିକ ରାଜି ବି ହୋଇଗଲେ । ପରେ ଯୁବକ ଏକ ଦାମୀ କାର କିଣିଲେ । ଡାଉନ୍ ପେମେଣ୍ଟ ବଦଳରେ ସମସ୍ତ ଚାରିଟି କୁକୁର ଡ଼ିଲରଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ସ୍ୱାମୀ ଓ ସ୍ତ୍ରୀ କାର ପାଖରେ ଥିବା ବେଳେ ତାର ବାକ୍ସ ଭିତରେ କୁକୁର ଥିବା ଦେଖିବାକୁ ମିଳିଛି । ଏହି ଫଟୋ ଦେଖିବା ପରେ କିଛି ଲୋକ ପ୍ରଶଂସା କରିଥିବା ବେଳେ ଆଉ କିଛି ସମାଲୋଚନା ମଧ୍ୟ କରିଛନ୍ତି ।

 

Leave A Reply

Your email address will not be published.