Latest Odisha News

BREAKING NEWS

ଜାଣନ୍ତୁ କ’ଣ ରହିବ ପ୍ରିୟଙ୍କାଙ୍କ ରେସ୍ତୋରାଁର ସିଗ୍‌ନେଚର୍‌ ଡିସ୍‌

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ନିଜର ନୂତନ ଭାରତୀୟ ରେସ୍ତୋରାଁ ‘ସୋନା’କୁ ଉନ୍ମୋଚନ କରିଥିଲେ।

ତେବେ ପ୍ରିୟଙ୍କାଙ୍କ ଏହି ଭାରତୀୟ ରେସ୍ତୋରାଁରେ କଣ ରହିଛି ଖାଦ୍ୟ ତାଲିକା ଜାଣିବାକୁ ଚାହୁଁଛନ୍ତି କି? ତେବେ ସୋନା ରେସ୍ତୋରାଁର ସେଫ୍‌ ହରି ନାୟକ ରେସ୍ତୋରାଁରେ ପ୍ରସ୍ତୁତ ହେବାକୁ ଥିବା କିଛି ସିଗ୍‌ନେଚର୍‌ ଡିସ୍‌ର ଝଲକ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ଏଥିରେ ଭାରତର କିଛି ଲୋକପ୍ରିୟ ଡିସ୍‌ର ଝଲକ ଦେଖିବାକୁ ମିଳିଛି। ସେଥିରେ କେରଳର ସ୍ୱତନ୍ତ୍ର କାଇମା ରାଇସ୍‌, ଥାଲାସେରି ବିରିୟାନି ଦେଖିବାକୁ ମିଳିଛି। ଏହାଛଡ଼ା କୋଫ୍‌ତା କୋରମା ଇନ୍‌ କାସ୍ୟୁ ସସ୍‌ ସହିତ ଚିଲି ଚିଜି ନାନ୍‌ ମଧ୍ୟ ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି।

ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ଏହି ରୋସ୍ତୋରାଁ ଖୋଲିବାକୁ ସ୍ଥିର ହୋଇଛି।

Comments are closed.