Latest Odisha News

ଜର୍ମାନୀରେ କାହିଁକି ଡେରା ପକାଇଛନ୍ତି ପ୍ରିୟଙ୍କା ଚୋପ୍ରା ?

ଭୁବନେଶ୍ୱର: ପ୍ରଥମେ ମଡେଲିଂ ଦୁନିଆ, ପରେ ବଲିଉଡ ଇଣ୍ଡଷ୍ଟ୍ରୀ ଆଉ ଏବେ ହଲିଉଡ ହେଭେନ୍‌ରେ ଘୁରି ବୁଲୁଛନ୍ତି ପ୍ରିୟଙ୍କା ଚୋପ୍ରା । ବେଶ କିଛି ଦିନ ଧରି ଜର୍ମାନୀର ବର୍ଲିନରେ ପ୍ରିୟଙ୍କା ନିଜ ପରିବାର ସହ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ହେଲେ ଛୁଟି ମନାଇବା ପାଇଁ ନୁହେଁ ବରଂ ଏକ ଖାସ୍ ଉଦ୍ଦେଶ୍ୟ ନେଇ ଜର୍ମାନୀରେ ପହଂଚିଛନ୍ତି ପ୍ରିୟଙ୍କା ଚୋପ୍ରା ।

“ଦ ମାଟ୍ରିକ୍ସ” । ଏହି ହଲିଉଡ ଆକ୍ସନ୍ ମୁଭି ସିରିଜ୍ ବିଷୟରେ ବୋଧ ହୁଏ କେହି ଅଜଣା ଥିବେ । ହଲିଉଡ ସୁପରଷ୍ଟାର କିନୁ ରିଭସ୍‌ଙ୍କୁ ନେଇ ଦ ମାଟ୍ରିକ୍ସ ମୁଭି ସିରିଜର ୪ର୍ଥ ପାର୍ଟର ସୁଟିଂ ଚାଲିଛି । “ଦ ମାଟ୍ରିକ୍ସ-୪”ରେ ପ୍ରିୟଙ୍କାଙ୍କୁ ବି ମିଳିଛି ତଗଡା କିର୍ଦାର । ଖାସ ଏହି କାରଣ ପାଇଁ ପ୍ରିୟଙ୍କା ନିଜ ପରିବାର ସହ ଜର୍ମାନୀରେ ପହଂଚିଛନ୍ତି ।

“ଦ ମାଟ୍ରିକ୍ସ-୪”ରେ କିନୁ ରିଭସ୍‌, ପ୍ରିୟଙ୍କା ଚୋପ୍ରା ଓ କ୍ୟାରି ଏନେ ମୋସ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ବହୁ ପୂର୍ବରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ନେଇ ଧାର୍ଯ୍ୟ ହୋଇଥିଲା । ହେଲେ ସବୁ ଫିଲ୍ମ ଭଳି କରୋନା ପାଇଁ ଏହା ସମ୍ଭବ ହୋଇନଥିଲା । ଚଳିତବର୍ଷ ଜୁନ୍ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲାବେଳେ ୨୦୨୧, ଡିସେମ୍ବର ୨୨’ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.