Latest Odisha News

BREAKING NEWS

ମଣ୍ଡି ଆସନ ପାଇଁ ପ୍ରସ୍ତୁତ ବିଜେପି-କଂଗ୍ରେସ, କଙ୍ଗନାଙ୍କୁ କଡ଼ା ଟକ୍କର ଦେବେ ପ୍ରିୟଙ୍କା !

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଏକ ଦଳକୁ ବିଜୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟ ସେହି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେଉଁ ରାଜ୍ୟରେ ଦଳ ଶାସନ କରେ ଏବଂ ନିଜେ କ୍ଷମତାରେ ଥାଏ, ସେହି ରାଜ୍ୟ ଉକ୍ତ ଦଳ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ପୂର୍ବରୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏଥର ବି ବିଜୟ ଲକ୍ଷ୍ୟ ନେଇ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେଉଛି। କିନ୍ତୁ ଏଥର ମଣ୍ଡି ଲୋକ ସଭା ଆସନରୁ ବିଜେପି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିଛି।

ବିଜେପିର ଏହି ନିଷ୍ପତ୍ତି ପରେ ରାଜନୀତି ହୋଇଛି ସରଗରମ। ତେବେ କଙ୍ଗନା ବିଜେପିର ପ୍ରାର୍ଥୀ ହେବା ପରେ ଲାଗାତାର ଭାବେ କଂଗ୍ରେସ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ କଙ୍ଗନା କହିଥିଲେ ଏହି ଦୁଇ ଜଣଙ୍କୁ ଜବରଦସ୍ତି ରାଜନୀତିକୁ ଠେଲି ଦିଆଯାଇଛି ଓ ଏମାନଙ୍କର ଏଠାରେ କିଛି ଭବିଷ୍ୟତ ନାହିଁ। ଏବେ ଦେଖିଲେ ମଣ୍ଡି ଆସନ ପାଇଁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ପ୍ରିୟଙ୍କାଏଠାରୁ ଲଢିପାରନ୍ତି ବୋଲି କୁହାଯାଉଛି।

ପୂର୍ବରୁ ମଣ୍ଡି ଆସନରେ କଂଗ୍ରେସ ବିଜୟୀ ହାସଲ କରିଛି। ଏଥର ବି ବିଜୟ ଲକ୍ଷ୍ୟ ନେଇ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେଉଛି। ଏମିତିକି ମଣ୍ଡିରେ କଡା ଟକ୍କର ଦେବାକୁ ସବୁ ବଡ ବଡ ନେତାଙ୍କୁ ପ୍ରିୟଙ୍କା କହିଥିବା ବେଳେ ନିଜେ ଏଠାରେ କଙ୍ଗନାଙ୍କୁ ହରାଇବାକୁ ଡେରା ପକାଇବେ ବୋଲି କୁହାଯାଉଛି। ତେଣୁ ସେ ନିଜେ ଯଦି ଏଠାରୁ ନିର୍ବାଚନ ଲଢନ୍ତି ତେବେ କଙ୍ଗନାଙ୍କ ସହ ତାଙ୍କର କଡା ଟକ୍କର ହେବ ବୋଲି କୁହାଯାଉଛି।

 

Comments are closed.