Latest Odisha News

BREAKING NEWS

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଦେଶର ଜଣେ କିନ୍ନର

ବାରାଣାସୀ :ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଆଉ ଜନତା ଙ୍କ ମଧ୍ୟରେ ଚଞ୍ଚଳତା ଦେଖିବାକୁ ମିଳୁଛି। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ଉତ୍କଣ୍ଠା। ବର୍ତମାନ ଦେଶର ଜଣେ କିନ୍ନର ମହାମଣ୍ଡଳେଶ୍ୱର ହେମାଙ୍ଗୀ ସଖି ପ୍ରଥମ ଥର ପାଇଁ ବାରାଣାସୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ହେମାଙ୍ଗି ସଖୀଙ୍କୁ ଅଖିଲ ଭାରତ ହିନ୍ଦୁ ମହାସଭା ବନାରସରୁ ଟିକେଟ ଦେଇଛି । ଖବର ରହିଛି ହେମାଙ୍ଗି ସଖୀ ଏପ୍ରିଲ ୧୨ ରେ ବନାରସରେ ପହଞ୍ଚି ବନାରସ ସ୍ଥିତ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ।ସେ କହିଛନ୍ତି ଯେ ସାରା ଦେଶରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ।

ଆମ ମାନଙ୍କ ପାଇଁ  ଗୋଟିଏ ବି ସିଟ୍ ସଂରକ୍ଷିତ ହୋଇନାହିଁ  । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ କିପରି ଲୋକସଭା ଏବଂ ବିଧାନସଭାରେ ନିଜର ମତରଖିବା ସହ ନିଜର ଏକ ସ୍ଥାନ ବନେଇ ପାରିବେ,ଏବଂ କିନ୍ନର ସମାଜକୁ ଆଗେଇ ନେବ, ସେଥିପାଇଁ ମୁଁ  ଧର୍ମରୁ ରାଜନୀତିରେ ପାଦ ଦେଉଛି।ହେମାଙ୍ଗୀ ସଖି ମନ୍ତବ୍ୟ ରଖିଛନ୍ତି  ଯେ ଆମେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନାହୁଁ, ସେ ଧର୍ମର ବହୁ କାର୍ଯ୍ୟ କରିଛନ୍ତି। ସରକାର ବେଟି ବଞ୍ଚାଅ ଓ ବେଟି ପଢ଼ାଓ ଭଳି ସ୍ବାଗତ ଯୋଗ୍ୟ ସ୍ଲୋଗାନ ଦେଉଛନ୍ତି। ଆମେ ଏହାକୁ ପୂର୍ଣ୍ଣ ପ୍ରଶଂସା କରୁଛୁ,କାରଣ ଝିଅମାନେ ହେଉଛନ୍ତି  ମାଙ୍କର ପ୍ରତୀକ କିନ୍ତୁ ସରକାର କେଉଁଠି ନା କେଉଁଠି ଅର୍ଦ୍ଧାନାରୀଶ୍ୱରଙ୍କୁ ଭୁଲି ଯାଇଛନ୍ତି।

ସରକାର ଟ୍ରାନ୍ସଜେଣ୍ଡର ପୋର୍ଟାଲ ମୁକ୍ତ କରିଛନ୍ତି କିନ୍ତୁ ଏହା ବିଷୟରେ କିନ୍ନରମାନେ ଜାଣିଛନ୍ତି କି? ସେ ପ୍ରଶ୍ନ ରଖିଥିଲେ ଯେ ଯେବେ ସରକାର ପୋର୍ଟାଲ ମୁକ୍ତ କଲେ, କାହିଁକି ଏହାକୁ ସାର୍ବଜନୀନ କରାଲେ ନାହିଁ? ଲିଙ୍ଗ ବୋର୍ଡ ତିଆରି କରିଦେଲେ କିଛି ହୁଏ ନାହିଁ । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ସରକାରଙ୍କୁ ସିଟ୍ ସଂରକ୍ଷଣ କରିବାକୁ ପଡିବ । ତେବେ ଯାଇ ଆମେ ଆମର ପ୍ରକୃତ ସ୍ଥାନ ପାଇବୁ। ଆମର କେବଳ ଏକମାତ୍ର ଲକ୍ଷ୍ୟ ହେଲା ଆମ ସମ୍ପ୍ରଦାୟର ଶବ୍ଦ ସରକାରଙ୍କ କାନରେ କିପରି ପହଞ୍ଚିବ। ସେଥିପାଇଁ ମୁଁ ବାରାଣାସୀ ଆସନରୁ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛି ।

Leave A Reply

Your email address will not be published.