Latest Odisha News

ୱାୟନାଡ ଆସନରୁ ପ୍ରାର୍ଥୀ ହେବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଗାମୀ ଉପନିର୍ବାଚନରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳ ୱାୟନାଡ ଆସନରୁ ପ୍ରାର୍ଥୀ ହେବେ। ଏହି ଲୋକସଭା ଆସନକୁ ନେଇ ବଡ ଘୋଷଣା କରିଛି କଂଗ୍ରେସ ଦଳ। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ବିରୋଧୀ ଦଳ ନେତା ତଥା ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀ ଏହି ଆସନରୁ ଜିତିଥିବାରୁ ଏଠାରେ  ଜିତିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

୨୦୨୪ରେ ରାହୁଲ ଉଭୟ ୱାୟନାଡ ଏବଂ ରାଏବରେଲି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି  ବିଜୟୀ ହୋଇଥିଲେ। ନିୟମାନୁଯାୟୀ  ପରେ ସେ ୱାୟନାଡ ଆସନ ଛାଡି ରାଏବରେଲିରୁ ସାଂସଦ ପଦରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁସାରେ, ଭାରତର ନିର୍ବାଚନ କମିସନ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ୨ଟି ଲୋକସଭା ଆସନ ଓ୍ବାୟନାଡ୍ ଓ ନାନ୍ଦେଡ ପାଇଁ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହି ଦୁଇଟି ଆସନରେ ୧୩ ତାରିଖରେ ଭୋଟଗ୍ରହଣ ହେବ।

Leave A Reply

Your email address will not be published.